www.samajalive.in
Friday, December 5, 2025
26.1 C
Bhubaneswar

ପ୍ରକୃତିର ସୌନ୍ଦର୍ଯ୍ୟ ସହ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଏହି ସ୍ଥାନ

ୱାଇଲ୍ଡ ଲାଇଫ ସଫାରୀ ରୋମାଞ୍ଚରେ ପରିପୂର୍ଣ୍ଣ ଅଟେ। ବହୁ ଲୋକଙ୍କୁ ଏହାକୁ ନିକଟରୁ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭାରତର ଏପରି କେତେକ ସ୍ଥାନ ବିଷୟରେ ଯେଉଁସ୍ଥାନ ଆପଣ ପାଇଁ ରୋମାଞ୍ଚକାରୀ ହେବା ସହ ସ୍ମରଣୀୟ ହୋଇ ରହିବ।
ବାନ୍ଦୀପୁର ଜାତୀୟ ଉଦ୍ୟାନ –
ଊଟିର ରାସ୍ତା ମଧ୍ୟରେ ମହିସୁର ଠାରୁ ୮୦ କିଲୋମିଟର ଦୂରରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ। ଏଠାରେ ବାଘ, ହାତୀ, ହରିଣ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ମଧ୍ୟ ରହିଛନ୍ତି। ବନ୍ୟ ବିଭାଗ ତରଫରୁ ଏଠାରେ ସଫାରୀର ବ୍ୟବସ୍ଥା ରହିଛି। ଏହି ସ୍ଥାନ ୮୦୦ ବର୍ଗ କିଲୋମିଟର କ୍ଷେତ୍ରରେ ବିସ୍ତାରିତ ଅଟେ। ଏହି ସ୍ଥାନ ପ୍ରଚୁର ମାତ୍ରାରେ ସୁନ୍ଦର, ଗଭୀର ଜଙ୍ଗଲରେ ପୂର୍ଣ୍ଣ ଅଟେ। ଏଠାରେ ପେଚା, ଜଙ୍ଗଲୀ ପକ୍ଷୀ ଓ ଅନ୍ୟାନ୍ୟ ପକ୍ଷୀ ମଧ୍ୟ ଅଛନ୍ତି। ଏଠାକୁ ଆସି ପର୍ଯ୍ୟଟକମାନେ ଖୁବ ମଜା ନେଇଥାଆନ୍ତି। କେତେକ ଦୁର୍ଲୁଭ ପ୍ରଜାତିର ପଶୁପକ୍ଷୀ ମଧ୍ୟ ଦେଖାଯାଇଥାଆନ୍ତି।
କୋରବେଟ ଜାତୀୟ ଉଦ୍ୟାନ –
ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ କୋରବେଟ ଜାତୀୟ ଉଦ୍ୟାନ, ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ଉକୃଷ୍ଟ ସ୍ଥାନ ଅଟେ। ପ୍ରତିବର୍ଷ ଏଠାକୁ ପ୍ରାୟ ୭୦ ହଜାର ପର୍ଯ୍ୟଟକ ଭ୍ରମଣର ମଜା ନେବାକୁ ଆସିଥାଆନ୍ତି। ଏଠାରେ ମଧ୍ୟ ବାଘ, ହାତୀ, ଚିତା ବାଘ, ସମ୍ବର, ନୀଳ ଗାଈ, କୁମ୍ଭୀର, କିଙ୍ଗ କୋବ୍ରା, ବିଲୁଆ ଭଳି ବିଭିନ୍ନ ବନ୍ୟ ଜନ୍ତୁ ଦେଖାଯାଆନ୍ତି।
କାହ୍ନା ଜାତୀୟ ଉଦ୍ୟାନ –
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ଯାହାକି କାହ୍ନା ଜାତୀୟ ଉଦ୍ୟାନ ନାମରେ ପରିଚିତ। ଏହା ମଧ୍ୟପ୍ରଦେଶରେ ଥିବା ସତପୁଡ଼ା ଜଙ୍ଗଲରେ ଅବସ୍ଥିତ। ଏଠାରେ ଅଧିକ ସଂଖ୍ୟାରେ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ ଦେଖାଯାଆନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories