www.samajalive.in
Sunday, December 7, 2025
23.1 C
Bhubaneswar

ତ୍ୱରିତ ପଦକ୍ଷେପ ପାଇଁ ବଞ୍ଚିଗଲା ମୂଲ୍ୟବାନ ଜଙ୍ଗଲ ସମ୍ପଦ

ବ୍ରଜରାଜନଗର: ଚଳିତ ବର୍ଷ ଫଗୁଣ ନ ଆସୁଣୁ ଓଡ଼ିଶାର ସବୁ ଜଙ୍ଗଲ ହୁତୁ ହୁତୁ ହୋଇ ଜଳିଲା। ହଜାର ହଜାର ହେକ୍ଟର ମୂଲ୍ୟବାନ ଜଙ୍ଗଲ ସମ୍ପଦ ପାଉଁଶରେ ପରିଣତ ହୋଇଗଲା। କେତେ ଜଙ୍ଗଲ, ଜୀବଜନ୍ତୁ, ପଶୁପକ୍ଷୀ ବନାଗ୍ନିରେ ନିଶ୍ଚିହ୍ନ ହେଲେ ତା’ର ହିସାବ କାହାରି ପାଖରେ ନାହିଁ। ସେପଟେ ଶିମିଳିପାଳ ଜଙ୍ଗଲରେ ପ୍ରାୟ ଏକ ମାସ ଧରି ଲାଗିଥିବା ନିଆଁ ଜାତୀୟ ପ୍ରସଙ୍ଗ ପାଲଟିଗଲା। ଏଭଳି ସ୍ଥିତିରେ ବ୍ରଜରାଜନଗର ରେଞ୍ଜର ତ୍ୱରିତ ପଦକ୍ଷେପ ପାଇଁ ଏହି ବନାଗ୍ନି ଅତି ନଗଣ୍ୟ ଅଞ୍ଚଳରେ ସୀମିତ ରହି ବିଶେଷ କ୍ଷତି ଘଟାଇ ପାରିନାହିଁ। ବିଭାଗର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ବ୍ରଜରାଜନଗର ରେଞ୍ଜ ଉତ୍ତର ଦିଗରେ ହେମଗିର ଜଙ୍ଗଲ, ଦକ୍ଷିଣରେ ହୀରାକୁଦ ଜଳ ଭଣ୍ଡାର, ପୂର୍ବକୁ ଇବ୍ ନଦୀ ଓ ପଶ୍ଚିମ ଦିଗର ବେଲପାହାଡ଼ ପର୍ୟ୍ୟନ୍ତ ଶହ ଶହ ହେକ୍ଟରରେ ଜଙ୍ଗଲ ବ୍ୟାପି ରହିଛି। ସେହିପରି ବ୍ରଜରାଜନଗର ରେଞ୍ଜ ସହିତ ପଡ଼ୋଶୀ ସୁନ୍ଦରଗଡ଼ ଜିଲାର ହେମଗିର ରେଞ୍ଜ ଲାଗି ରହିଥିବାରୁ ଏକ ବିରାଟ କ୍ଷେତ୍ରର ଜଙ୍ଗଲ ସୃଷ୍ଟି କରିଛି। ଗତ ମାର୍ଚ୍ଚ ମାସରେ ରାଜ୍ୟର ପ୍ରାୟ ସମସ୍ତ ଜଙ୍ଗଲରେ ନିଆଁ ଲାଗିବାରୁ ସ୍ଥିତି ଉଦବେଗଜନକ ଆଡ଼କୁ ଗତି କରିଥିଲା। ଏହି ସମୟରେ ସୁନ୍ଦରଗଡ଼ ବନ ଡ଼ିଭିଜନର ହେମଗିର ରେଞ୍ଜ ଜଙ୍ଗଲରେ ନିଆଁ ଲାଗି ବ୍ରଜରାଜନଗର ରେଞ୍ଜ ଆଡ଼କୁ ବ୍ୟାପୁଥିଲା। ପ୍ରଚଣ୍ଡ ବେଗରେ ନିଆଁ ଉଲାପ ସଂରକ୍ଷିତ ଜଙ୍ଗଲରେ ଲାଗିବା ପରେ ସିଧାସଳଖ ରାଜପୁର ସଂରକ୍ଷିତ ଜଙ୍ଗଲକୁ ବ୍ୟାପି ଜଳିବାରେ ଲାଗିଥିଲା। ବ୍ରଜରାଜନଗର ରେଞ୍ଜ ପକ୍ଷରୁ ନିଆଁକୁ ରୋକିବା ପାଇଁ ପ୍ରଥମେ ୪ଟି ଓ ପରେ ୮ ଟି ଫାୟାର ଫାଇଟିଂ ସ୍କ୍ବାଡ଼୍‌ ଗଠନ କରାଯାଇଥିଲା।

- Advertisement -

ପ୍ରତିଷେଧକ ବ୍ୟବସ୍ଥା, ଫାୟର ବ୍ଲୋୟର ସହିତ କଞ୍ଚା ଡ଼ାଳର ବ୍ୟବହାର ଓ ଅଗ୍ନି ନିରୋଧକ ରେଖା ତିଆରି କରାଯିବାରୁ ଜଙ୍ଗଲରେ ନିଆଁ ନିୟନ୍ତ୍ରଣାଧିନ ରହିଥିଲା। ତେବେ ଏହି ବନାଗ୍ନି ଯୋଗୁଁ ଜଙ୍ଗଲର ଅନେକ ଜୀବଜନ୍ତୁ, ପଶୁପକ୍ଷୀ ଜନବସତି ମୁହାଁ ହୋଇଥିଲେ। ବିଭିନ୍ନ ସ୍ଥାନରୁ ବନ ବିଭାଗର ହରିଣ, ବ୍ରଜକାପ୍ତା, ପେଚା, ମାଙ୍କଡ଼ ଆଦି ଜୀବଜନ୍ତୁ ଓ ପଶୁପକ୍ଷୀ ଉଦ୍ଧାର କରାଯାଇ ଚିକତ୍ସା ପରେ ଜଙ୍ଗଲକୁ ଛାଡ଼ି ଦିଆଯାଇଥିଲା। ସେହିପରି ବନ ବିଭାଗ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକିବାରେ ସଫଳ ହୋଇଥିବାରୁ ଶାଳ, ମହୁଳ, ଅର୍ଜୁନ ଭଳି ଶହ ଶହ ମୂଲ୍ୟବାନ ଗଛ ଓ ଆଇଁଲା, ବାହାଡ଼ା, ହରଡ଼ା ପରି ଅନେକ ଔଷଧୀୟ ବୃକ୍ଷ କରାଳ ନିଆଁରେ ଭସ୍ମିଭୂତ ହେବାରୁ ବର୍ତ୍ତିଯାଇଥିଲେ। ସେପଟେ ବନ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବ୍ରଜରାଜନଗର ରେଞ୍ଜ୍‌ର ପ୍ରାୟ ୮୫ କିଲୋମିଟର ଜଙ୍ଗଲ ନିଆଁ କବଳରୁ ରକ୍ଷା ପାଇଥିବା ବ୍ରଜରାଜନଗର ରେଞ୍ଜର ଆରତୀ ନେତୀ ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷେ ବର୍ତ୍ତମାନ ରାଜ୍ୟସ୍ତରରେ ବଭିନ୍ନ ବନାଞ୍ଚଳଳରେ ବନାଗ୍ନି ଯୋଗୁଁ ହୋଇଥିବା ବନ୍ୟପ୍ରାଣୀ ଓ ଜୈବ ବିବିଧତା କ୍ଷୟକ୍ଷତିର ଆକଳନ ଚାଲିଛି। ଏଥିରେ ବ୍ରଜରାଜନଗର ବନାଞ୍ଚଳର ଉଦ୍ୟମ ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories