ରାତି ପାହିଲେ ଭୋଟଗଣତି ; ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା

ଝାରସୁଗୁଡ଼ା : ରାତି ପାହିଲେ ବ୍ରଜରାଜନଗର ଉପ ନିର୍ବାଚନର ଭୋଟ ଗଣତି । ଭୋଟ ଗଣତିକୁ ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତତି ଚୁଡାନ୍ତ ହୋଇସାରିଛି । ବ୍ରଜରାଜନଗରରେ ମୋଟ ୨୭୯ ଟି ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ମୋଟ ୨୦ଟି ରାଉଣ୍ଡ ରେ ଭୋଟ ଗଣତି ହେବ। ଗୋଟିଏ ରାଉଣ୍ଡରେ ୧୪ ଟି ବୁଥର ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ଗଣତି କେନ୍ଦ୍ରରେ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି ।  ସକାଳ ୮ଟା ରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ଅଧଘଣ୍ଟା ପାଇଁ ପୋଷ୍ଟାଲ ବାଲାଟର ଭୋଟ ଗଣତି କରାଯିବ। ଏହାବାଦ ଇଭିଏମର ଭୋଟ ଗଣତି ଆରମ୍ଭ ହେବ ।

prayash

ଭୋଟ ଗଣତି ନେଇ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତିତ ଓଡିଶା ପୁଲିସର ୫ ପ୍ଲାଟୁନ ସୁରକ୍ଷା ବାହିନୀ ନିୟୋଜିତ ହେବେ। ଭୋଟ ଗଣତି କେନ୍ଦ୍ରକୁ କେବଳ ଅଧିକୃତ ବା ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କୁ କଡ଼ା ଯାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଭୋଟ ଗଣତି ସମୟରେ ଫଳାଫଳ ଜାଣିବାକୁ ଜନସାଧାରଣଙ୍କ ସମାଗମ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭ୍ରାମ୍ୟମାଣ ପେଟ୍ରୋଲିଂ ବ୍ୟବସ୍ଥା ସହ କୁଇକ୍ ରିଏକ୍ସନ ଟିମ ଓ ଷ୍ଟ୍ରାଇକିଂ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହାର ତଦାରଖ ଓ ପରିଚାଳନା ଦାୟୀତ୍ବରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ରହିବେ ବୋଲି ଝାରସୁଗୁଡା ଏସପି ସୁଚନା ଦେଇଛନ୍ତି। ଏଥିପାଇଁ ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ତତ୍ବବଧାନରେ ପୁଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ସୁରକ୍ଷା ତଥା ପ୍ରତିଷେଧମୂଳକ ପୂର୍ବାଭାଷ କରାଯାଇଛି ।

kalyan agarbati

Comments are closed.