ଅନୁଗୋଳ: ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିସହ ମା’ ଏବଂ ୩ ବର୍ଷର ଏକ ଝିଅ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତିରେ ଏମାନେ ସମସ୍ତେ ଘରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ସମସ୍ତେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ଆହତଦ୍ବୟ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Popular Categories



