ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ପାଇଁ ବୌଦ୍ଧ ଜିଲ୍ଲାରେ ସଚେତନତା
ବୌଦ୍ଧ: ବୌଦ୍ଧ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁଙ୍କ ନେତୃତ୍ୱରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ଏନ. ଏ. ସି. ସାରା ସଚେତନତା ର ବାର୍ତ୍ତା ଦେଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ନିଜରତ ଅଫିସର ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଉପ -ଜ଼ିଲ୍ଲାପାଳ ସନତ କୁମାର ନାଏକ, ଷ୍ଟେନୋ ଜ୍ୟୋତିର୍ମୟୀ ନନ୍ଦ, ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ , ରଶ୍ମି ରଞ୍ଜନ ପାଣିଗ୍ରାହୀ ଏବଂ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟାକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୧୪ ବର୍ଷରୁ କମ କୌଣସି ଶିଶୁକୁ କୌଣସି କାମରେ ନିୟୋଜିତ ନ କରିବକ୍ଷ,୧୫ରୁ ୧୮ବର୍ଷ ମଧ୍ୟରେ କୌଣସି ବିପଦ ସଂକୁଳ କାମରେ ନିୟୋଜିତ ନ କରିବା, ଏପରି ଅପରାଧ କଲେ ୫୦,୦୦୦/- ଜୋରିମାନା ସହ ଜେଲ ଦଣ୍ଡ ଆଇନ ରହିଥିବା ନେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା । ସେହିପରି କୌଣସି ସ୍ଥାନରେ ଏପରି ଅପରାଧ ଘଟୁଥିଲେ ଜିଲ୍ଲା ଶ୍ରମ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜ଼ିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ୧୦୯୮ ହେଲପ ଲାଇନ ନଂ ରେ ସୂଚନା ଦେବାପାଇଁ ମଧ୍ୟ ସଚେତନ କରାଯାଇଥିଲା । ଏହି ସଚେତନତା ଫଳରେ ଶିଶୁ ଶ୍ରମିକ ନିଶ୍ଚିତ ଭାବରେ ରୋକା ଯାଇ ପାରିବ ବୋଲି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସଂଯୋଜକ ସୁଜିତ କୁମାର ଦାଶ ଏବଂ ଡାଟା ଏଣ୍ଟ୍ରି ଅପରେଟର କାହ୍ନୁ ଚରଣ ମହାରଣା, ରାଜେଶ ବାରିକ, ଆର. ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.