www.samajalive.in
Tuesday, December 9, 2025
23.1 C
Bhubaneswar

ବୌଦ୍ଧରେ ଅନୁଷ୍ଠିତ ହେଲା ପାରମ୍ପାରିକ ଦାଣ୍ଡ ଶୀତଳା ଯାତ୍ରା

ବୌଦ୍ଧ : ଶୀତଳା ମାତାଙ୍କ ପୀଠରେ ସମ୍ପନ୍ନ ହେଲା ଦାଣ୍ଡ ଶୀତଳା ଯାତ୍ରା । ତେବେ ବୌଦ୍ଧ ଜିଲ୍ଲାର କୁଷ୍ଠା ନାମକ ଏକ ସଂପ୍ରଦାୟର ଆରାଧ୍ୟ ଦେବୀ ହେଉଛନ୍ତି ଶୀତଳା । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଶୀତଳା ମାତାଙ୍କ ପୀଠରେ ଏହି ଦାଣ୍ଡ ଶୀତଳା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରା ବର୍ଷକୁ ଥରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ଆଜି ଫଗୁଣ ମାସର ଶେଷ ମଙ୍ଗଳବାର ଥିବାରୁ କୁଷ୍ଠା ସଂପ୍ରଦାୟର ମହିଳା ପୁରୁଷ ମାନେ ମହାନଦୀରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ନିମ୍ବ ବୃକ୍ଷ ଓ ହଳଦୀ ପାଣିର ବ୍ୟବହାର କରି ନଗର ପରିକ୍ରମା କରିଥିଲେ ।

ପାରମ୍ପାରିକ ଢୋଲ ନିଷାଣ ବାଦ୍ୟ ବାଦନ ମଧ୍ୟରେ ଦେବୀ ମହିଳା ମାନସିକଧାରୀଙ୍କ ଶରୀରରେ ଉଭା ହୋଇ ସମାଜର ମଙ୍ଗଳ ତଥା ରୋଗ ଦୁଃଖ ଦୂରୀକରଣ ପାଇଁ ବିଭିନ୍ନ ନିର୍ଦ୍ଦେଶ ଦେଇଥାନ୍ତି । କୁଷ୍ଠା ସଂପ୍ରଦାୟର ଭାଷାରେ ଏହାକୁ ପୂଜେଇ ଯାତ୍ରା ବୋଲି କୁହାଯାଏ । ଏହାକୁ ଦୁଇ ଭାଗରେ ବିଭକ୍ତ କରି ପୂଜାବିଧି ପରେ ଏକ ତେତିଶ ଛିଦ୍ର ବିଶିଷ୍ଟ ଘଟକୁ ନଗର ପରିକ୍ରମା କରାଯାଇଥିଲା। ଦେବୀ ଶୀତଳା ମାତାଙ୍କ ପୀଠରେ ଏକୋଇଶି ଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନାର ପରମ୍ପରା ରହିଛି ।ବୌଦ୍ଧ ଜିଲ୍ଲାର ଏହି ପାରମ୍ପରିକ ଦାଣ୍ଡ ଶୀତଳା ଯାତ୍ରା ଜିଲ୍ଲାର ଯାନୀ ଯାତ୍ରା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ପାରମ୍ପାରିକ ଲୋକ ବାଦ୍ୟ ମଧ୍ୟରେ ଦେବୀଙ୍କ ଘଟ ନଗର ପରିକ୍ରମାରେ ବାହାରି ଥାଏ । ତାସହିତ ରୋଗ ଦୁଃଖ ଦୂରୀକରଣ ତଥା ପରିବେଶ ସ୍ବଚ୍ଛ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଏ ।

- Advertisement -

ପୁଣ୍ୟତୋୟା ମହାନଦୀ ତଟରେ ଅବସ୍ଥିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଭଳି ଏକ ପାରମ୍ପାରିକ ପର୍ବ ହେଲା ଦାଣ୍ଡ ଶୀତଳା ଯାତ୍ରା । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ରହିଛି ଜିଲ୍ଲାର ଏକମାତ୍ର ଦେବୀ ଶୀତଳା ମାତାଙ୍କ ପୀଠ । କୁଷ୍ଠା ସଂପ୍ରଦାୟର ଆରାଧ୍ୟ ଦେବୀ ମା’ ଶୀତଳା ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଶହ ଶହ ବର୍ଷରୁ ଏହି ଶୀତଳା ମାତାଙ୍କ ପୀଠ ଆସ୍ଥା ଓ ବିଶ୍ବାସ ରୂପେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଆସିଛି । ପ୍ରତ୍ୟେକ ବର୍ଷ ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଦେବୀ ଶୀତଳାଙ୍କ ଦାଣ୍ଡ ଶୀତଳା ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଏହି ପ୍ରାଚୀନ ତଥା ଜିଲ୍ଲାର ଏକମାତ୍ର ଶୀତଳା ମାତାଙ୍କ ପୀଠର କୌଣସି ସ୍ଥାୟୀ ମନ୍ଦିର କିମ୍ବା ଉନ୍ନତିକରଣ ହୋଇ ପାରିନାହିଁ ।

 

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories