ଉଦ୍ଧାର ହୋଇଥିବା ଆହତ କୁଟୁରାର ମୃତ୍ୟୁ, ସନ୍ଦେହରେ ବୌଦ୍ଧ ବନ ବିଭାଗର ଭୂମିକା

ବୌଦ୍ଧ : ବୌଦ୍ଧ ଜିଲାରେ ବିବାଦ ବନ ବିଭାଗର ପିଛା ଛାଡୁନାହିଁ । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବେପରୁଆ ଥିବା ବନ ବିଭାଗର ଅଧିକାରୀମାନଙ୍କ ମନୋଭାବ ଯୋଗୁଁ ଲାଗାତାର ଭାବରେ ଦୁଇଟି ହାତୀ ଶିକାର ହୋଇାସାରିଛନ୍ତି। ଏଥିପାଇଁ ବନ ବିଭାଗର ଅଧିକାରୀମାନେ ନିଜକୁ ବଞ୍ଚାଇବାକୁ ଯାଇ ତଳ ତଳିଆ କମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ମାମଲାକୁ ରଫା ଦଫା କରିବାରେ ସଫଳ ହୋଇଥିଲେ ମଧ୍ୟ ବାରମ୍ବାର ଘଟୁଥିବା ଘଟଣା ବନ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଖୋଦ ଜଙ୍ଗଲ ବିଭାଗର ମନ୍ତ୍ରୀ ବୌଦ୍ଧରୁ ପ୍ରତିନିଧିତ୍ୱ କରୁଥିବାବେଳେ ଏହି ଜିଲାରେ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ଓ ଅଧିକାରୀମାନଙ୍କ ବେପରୁଆ ମନୋଭାବ ବୁଦ୍ଧିଜିବୀ ମହଲରେ ଉଦବେଗ ସୃଷ୍ଟି କରିଛି। ହରଭଙ୍ଗା ବ୍ଲକର ଦେବଗଡ ଗ୍ରାମବାସୀଙ୍କ ଦ୍ୱାରା ରବିବାର ସକାଳୁ ଉଦ୍ଧାର ହୋଇଥିବା ଆହତ କୁଟୁରାର ମୃତ୍ୟୁ ହୋଇଯିବା ପରେ ଏହାକୁ ନେଇ ବୌଦ୍ଧ ବନ ବିଭାଗ ପୁଣିଥରେ ଚର୍ଚ୍ଚାକୁ ଆସିଛି।

prayash

ସୂଚନା ମୁତାବକ ରବିବାର ସକାଳୁ ଦେବଗଡ ଗ୍ରାମର କିଛି ଯୁବକ ଏକ ଆହତ କୁଟୁରାକୁ ଉଦ୍ଧାର କରି ଘରେ ରଖି ବନ ବିଭାଗକୁ ସୂଚନା ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ ବିଭାଗର କର୍ମଚାରୀମାନେ ନଆସିବାରୁ ସେମାନଙ୍କର ସନ୍ଦେହ ଜାତ ହୋଇଥିଲା। ବିଳମ୍ବରେ ପ୍ରାୟ ଦିନ ୧୧ ଟା ବେଳେ ବନ ବିଭାଗର କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ନିକଟରୁ ଆହତ କୁଟୁରାକୁ ନେଇ ଚିକିତ୍ସା ପାଇଁ ବୌଦ୍ଧ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ତେବେ ବିଳମ୍ବରେ ଚିକିତ୍ସାଳୟ ପହଞ୍ଚାଇବା ଯୋଗୁଁ ଆହତ କୁଟୁରାଟିର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। କୁଟୁରା ଉଦ୍ଧାର ଓ ମୃତ୍ୟୁର କାରଣ ସଂପର୍କରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମୁହଁ ଖୋଲୁନଥିବାବେଳେ ବଡ ବଡିଆ ଅଧିକାରୀମାନେ ମୋବାଇଲ ମଧ୍ୟ ଉଠାଉନାହାନ୍ତି। ଫଳରେ କୁଟୁରାର ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି। ଦେବଗଡ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଅନୁଯାୟୀ ଆହତ କୁଟୁରାଟିକୁ ବନ ବିଭାଗର କର୍ମଚାରୀମାନେ ରବିବାର ଭୋଜି କରିବାକୁ ଲୁଚାଇ ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ କୁଟୁରାଟି ଖସି ଯାଇଥିଲା। ଦେବଗଡ ଗ୍ରାମବାସୀ ଆହତ କୁଟୁରାକୁ ଉଦ୍ଧାର କରିଥିବା ସୂଚନା ମିଳିବା ପରେ ମଧ୍ୟ ଭୟରେ ବନ କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ପହଞ୍ଚି ନଥିଲେ।

ତେଣୁ ଚିକିତ୍ସାରେ ବିଳମ୍ବ ଯୋଗୁଁ କୁଟୁରାଟିର ମୃତ୍ୟୁ ହୋଇଥିବା ଆଲୋଚନା ହେଉଅଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଅଛି। ପ୍ରକାଶ ଥାଉକି ଜିଲରେ ବାରହା ଶୀକାର ଏକ ସାଧାରଣ ଘଟଣା ହୋଇଥିବାବେଳେ ବର୍ତମାନ କୁଟୁରା ଶିକାର ମଧ୍ୟ ସାଧାରଣ ହେବାରେ ଲାଗିଲାଣି। ଖୋଲାଖୋଲି ବନ୍ୟ ଜନ୍ତୁଙ୍କ ଶୀକାର ଚାଲିଥିଲେ ମଧ୍ୟ ବନ ବିଭାଗର ଅଧିକାରୀମାନେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ଏସଟିଏଫ ପକ୍ଷରୁ ବାରମ୍ବାର ଜିଲାରୁ ବାଘଛାଲ,ବଜ୍ରକାପ୍ତା ଆଦି ଜବତ କରୁଥିବାବେଳେ ବନ ବିଭାଗ କାଠୁରିଆଙ୍କୁ ନାଲି ଆଖି ଦେଖାଇ ହାତିବାନ୍ଧି ବସିଥିôବା ଅଧିକାରୀମାନଙ୍କ ଅପାରଗତାକୁ ପଦାରେ ପକାଇଛି। ସରକାର ଜିଲାର ବନ୍ୟ ଜନ୍ତୁଙ୍କ ସୁରକ୍ଷା ନେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ ନକଲେ ବୌଦ୍ଧ ଜିଲାରୁ ବନ୍ୟଜନ୍ତୁ ସଂପୁର୍ଣ୍ଣ ଲୋପ ପାଇବାର ଆଶଙ୍କା ଦେଖାଦେଇଛି।

kalyan agarbati

Comments are closed.