ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବୌଦ୍ଧ ଜିଲା କଂଗ୍ରେସ, ନିର୍ବାଚନରେ ବିଜେଡି-ବିଜେପିକୁ ଦେବ କଡା ଟକ୍କର 

ବୌଦ୍ଧ : ଆଗାମି ସାଧାରଣ ନିର୍ବାଚନ ନେଇ ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ଦଳର ଇସ୍ତାହାର ପ୍ରକାଶ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାଶ କଂଗ୍ରେସର ଇସ୍ତାହାର ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଉକି ନହେଉ ଉଭୟ ଦଳ ମଧ୍ୟରେ ରହିଥିବା ଭିତିରି ବୁଝାମଣା ସଂପର୍କରେ ରାଜ୍ୟବାସୀ ଅବଗତ ହୋଇସାରିଥିବାବେଳେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।   ଲୋକଙ୍କ ଆସ୍ଥାଭାଜନ ହୋଇ ବିଜେଡି-ବିଜେପିକୁ କଡା ଟକ୍କର ଦେବା ସହିତ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବ ଏବଂ ରାଜ୍ୟବାସୀଙ୍କୁ ସୁଶାସନ ପ୍ରଦାନ କରିବ ବୋଲି ପ୍ରବକ୍ତା ଶ୍ରୀଦାଶ ପ୍ରକାଶ କରିଥିଲେ।

prayash

ଦଳ ପକ୍ଷରୁ ଦିଆଯାଇଥିବା ଇସ୍ତାହାର ଅନୁଯାୟି କଂଗ୍ରେସ କ୍ଷମତାକୁ ଆସିଲେ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା,କୃଷି ଋଣ ଛାଡ, କୃଷକମାନଙ୍କ ପାଇଁ ପେନସନ ୨୦୦୦ ଟଙ୍କା, ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ, ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି, ବେକାରି ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂସହାୟିକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ମାସିକ ୨୦୦୦ ଟଙ୍କା,ପ୍ରତ୍ୟେକ ପରିବାରକୁ ୫୦୦ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର,ସ ରକାରୀ କର୍ମଚାରୀ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା, ବାର୍ଦ୍ଧକ୍ୟ ଭତା,ବିଧବା ଭତା ଓ ଦିବ୍ୟାଙ୍ଗ ଭତା ମାସିକ ୨୦୦୦ ଟଙ୍କା ଓ ରାଜ୍ୟରେ ଜାତିଭିତିକ ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବାକୁ ପ୍ରତିଶୃତି ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲା ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର, ଉପସଭାପତି ସମରେଶ ମିଶ୍ର, ଗଣେଶ ଅଗ୍ରୱାଲା, ସମରେନ୍ଦ୍ର ମହାକୁଳ, ଅର୍ଜୁନ ମହାନନ୍ଦିଆ, ପଙ୍କଜ କର୍ଣ୍ଣ, ପ୍ରଦିପ ଦାସ ଓ ବେଣୁଧର ମେହେରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

kalyan agarbati

Comments are closed.