ପଞ୍ଚାୟତକୁ ବିକାଶ କରିବା ଓ ଅର୍ଥନିତିକୁ ମଜବୁତ କରିବାରେ ଲକ୍ଷ୍ମୀବସ ପ୍ରମୁଖ ଭୂମିକା ଗ୍ରହଣ କରିବ-ମୁଖ୍ୟମନ୍ତ୍ରୀ

ବୌଦ୍ଧ ଜିଲାରେ ଗଡିଲା ଲକ୍ଷ୍ମୀ ବସ

ବୌଦ୍ଧ : ବୌଦ୍ଧଜିଲାରେ ଆଜି ଗଡିଲା ଲକ୍ଷ୍ମୀବସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଜିଲା ଷ୍ଟାଡିୟମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଛଅଟି ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଗାଁ କୁ ଗାଁ ସୁବିଧାରେ ଓ କମ ଖର୍ଚ୍ଚରେ ଯିବା ପାଇଁ ଲକ୍ଷ୍ମୀ ବସ ପହଂଚିବ। ଲକ୍ଷ୍ମୀ ବସ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ। ପିଲାମାନଙ୍କୁ ସ୍କୁଲ କଲେଜ ଓ ରୋଗୀଙ୍କୁ ଡାକ୍ତରଖାନା ନେବାରେ ସହାୟକ ହେବ। ମାଁ ମାନଙ୍କ ପାଇଁ ମୁଲ୍ୟ ୫ ଟଙ୍କା। ପଂଚାୟତକୁ ବିକାଶ କରିବା ଓ ଅର୍ଥନିତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ଆମ ଓଡିଶା ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଲକ୍ଷ୍ମୀ ବସରେ ମହିଳାମାନଙ୍କ ପାଇଁ ଟିକଟ ମୂଲ୍ୟ ୫ଟଙ୍କା। ୟୁନିଫର୍ମ ପାଇଁ ମୁଖ୍ୟମନ୍ତ୍ରୀ ଏକ ହଜାର ଟଙ୍କା ଦେଇଛନ୍ତି, ଅତିଶିଘ୍ର ସେମାନଙ୍କ ପାଖରେ ଏହା ପହଂଚିବ। ମମତା ଯୋଜନାରେ ଆଗରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିବାବେଳେ ଏବେ ତାହା ୧୦ ହଜାର ଟଙ୍କା କରାଯିବ। ଯୁକ୍ତତିନିରେ ପଢୁଥିବା ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଦିଆଯିବ। ମିଶନ ଶକ୍ତି ମହିଳାମାନଙ୍କୁ ବିନାସୁଧରେ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିବା ବେଳେ ଏହାକୁ ଅଧିକ ଟଙ୍କା କରାଯିବ ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଘୋଷଣା କରିବେ। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଉଛି ବୋଲି କହିଥିଲେ।

prayash

ଏହି ଅବସରରେ ଷ୍ଟାଡିୟମ ଠାରେ ଅନୁଷ୍ଠିତ ସଭାରେ ଜଙ୍ଗଲ ଓ ପରିବେଶ,ପଂଚାୟତରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ,ପାନୀୟଜଳ, ବିଦ୍ୟୁତକରଣ ଆଦି ପ୍ରତ୍ୟକ କ୍ଷେତ୍ରରେ ପ୍ରତ୍ୟକ ଅଂଚଳ ବିକାଶର ଧାରାରେ ଚାଲିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ହେଉଛି ଗମନା ଗମନରେ ରାସ୍ତାଘାଟର ଉନ୍ନତି ହେବାରେ ପ୍ରଥମ ରାଜ୍ୟ ହୋଇଛି। ଆଜି ରାଜ୍ୟର ଯାହା ବିକାଶ ହୋଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି କହିଥିଲେ।

ବାଣିଜ୍ୟ ଓ ପରିବହନ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଲକ୍ଷ୍ମୀ ବସ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତି ଓ ଏହା ଦ୍ୱାରା ଲୋକମାନେ ଘରେ ଘରେ ଯୋଜନାର ସୁଫଳ ପାଇପାରିବେ ବୋଲି କହିଥିଲେ। ରାଜ୍ୟରେ ମହିଳାମାନେ ମଧ୍ୟ ଯେପରି ସ୍ୱାବଲମ୍ବୀ ସହ ସଶକ୍ତ ହୋଇ ପାରିବେ ସେନେଇ ମୁଖ୍ୟମନ୍ତ୍ରୀ ଯୋଜନାମାନ ପ୍ରସ୍ତୁତ କରିଛନ୍ତି ବୋଲି କହିଥିଲେ। କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗଦେଇ ଲକ୍ଷ୍ମୀ ଯୋଜନା ଏକ ମହତ୍ୱାକାଂକ୍ଷୀ ଯୋଜନା ହୋଇଥିବାବେଳେ ପ୍ରତ୍ୟକ ପଂଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ପହଂଚିବ ଓ ମହିଳାମାନେ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ମାନେ ସୁବିଧାରେ ସରକାରୀ କାର୍ଯ୍ୟାଳୟକୁ ଯାଇ ପାରିବା ସହ ଗମନା ଗମନ ଉପରେ ସୁବିଧା ପାଇ ପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ କହଁର, ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀଅଧିକ୍ଷକ ରାଜ ପ୍ରସାଦ, ବୌଦ୍ଧଗଡ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇଥିଲେ।

Comments are closed.