ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଜିଲାପାଳ

ବୌଦ୍ଧ: ବୌଦ୍ଧ ସଦର ବ୍ଳକ ଅନ୍ତର୍ଗତ ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ ଆଜି ଜିଲାପାଳ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଆଜି ଜିଲାପାଳ ସତ୍ୟରଂଜନ ସାହୁ ଚାରିଶମ୍ଭୁ ପୀଠ ପରିଦର୍ଶନ କରିଛନ୍ତି। ଚାରିଶମ୍ଭୁ ପୀଠରେ କଲ୍ୟାଣ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ନେଇ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

prayash

ଏହା ସହ କଲ୍ୟାଣ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ନେଇ ଜାଗା ଚିହ୍ନଟ କରାଯାଇଥିଲା। ବୌଦ୍ଧ ଜିଲାର କଳାଗ୍ରାମ ଭାବେ ପରିଚିତ ନାରାୟଣ ନଗର ଗ୍ରାମର ବୁଣାକାରମାନଙ୍କ ସହ ସରକାରୀ ଯୋଜନା ନେଇ ଆଜି ଜିଲାପାଳ ଆଲୋଚନା କରିଛନ୍ତି। ଜିଲାପାଳ ସତ୍ୟରଂଜନ ସାହୁ କଳାଗ୍ରାମ ନାରାୟଣ ନଗର ପରିଦର୍ଶନ କରି ଗ୍ରାମର ବୁଣାକାରମାନଙ୍କ ସହ ସେମାନେ ପାଉଥିବା ବିଭିନ୍ନ ସରକାରୀ ଯୋଜନା ନେଇ ସହ ଆଲୋଚନା କରିଥିଲେ। ଏହା ସହ ବୁଣାକାରମାନଙ୍କ କାମ, ବ୍ୟବସାୟ, ଲୁଗା ବୁଣା ନେଇ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ପଚାରୀ ବୁଝିଥିଲେ।

ଜହ୍ନାପଂକ ଗ୍ରାମ ଠାରେ ଥିବା ନବନିର୍ମିତ କୋଠାକୁ ପୋଲିସ ଫାଣ୍ଡି ତୁରନ୍ତ ସ୍ଥାନାନ୍ତର କରିବାକୁ ଆଜି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନବନିର୍ମିତ କୋଠାକୁ ପୋଲିସ ଫାଣ୍ଡି ସ୍ଥାନାନ୍ତର ପୂର୍ବରୁ କୋଠାର ଉନ୍ନୟନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଜିଲାପାଳ ସତ୍ୟରଂଜନ ସାହୁ କହିଛନ୍ତି। ଜହ୍ନାପଂକ ଗ୍ରାମ ଠାରେ ଦିର୍ଘଦିନ ଦିନ ହେଲା ବନ୍ଦ ହୋଇ ପଡି ରହିଥିବା ପ୍ରାଥମିକ ବିଦ୍ୟାଳୟ କୋଠାର ସଦ୍ ବିନିଯୋଗ କରାଯିବାକୁ ଜିଲାପାଳ କହିଛନ୍ତି। ଏହାସହ ଗ୍ରାମରେ ନୁତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଜିଲାପାଳଙ୍କ ଏହି ଗସ୍ତ ସମୟରେ ବୌଦ୍ଧ ବିଡିଓ ଅବିନାସ ପାଣ୍ଡିୟା, ବ୍ଳକ ସହକାରୀ ନିର୍ବାହି ଯନ୍ତ୍ରୀ ସମ୍ବିତ ବିଶ୍ୱାଳ, ଯନ୍ତ୍ରୀ ମନୋଜ ବେହେରା, ପୂର୍ବତନ ସରପଂଚ ମନରଂଜନ ପୁରୋହିତ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.