www.samajalive.in
Tuesday, December 9, 2025
15.1 C
Bhubaneswar

ପେଞ୍ଜାବାଲି ଜଙ୍ଗଲ ମଧ୍ୟରୁ ଜବତ କଲା ୮ କ୍ୟୁଣ୍ଟାଲ ଗଞ୍ଜେଇ

ବୌଦ୍ଧ : ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଓ କାରବାରର ଏକ ପେଣ୍ଠସ୍ଥଳ କହିଲେ କିଛି ଭୁଲ ହେବ ନାହିଁ। ଜିଲାରେ ଗଞ୍ଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ଚାଷ ହେଉଥିବା ସ୍ଥାନ ଗୁଡିକ ଚିହ୍ନଟ କରି ହଜାର ହଜାର ଗଞ୍ଜେଇ ଚାଷ ନଷ୍ଟ କରୁଥିବା ସତ୍ତ୍ବେ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ବାହରକୁ ଚାଲାଣ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ମାମଲା ରୁଜୁ କରି ଆସୁଥିଲେ ସୁଧା ଏହି କାରବାର ଥମିବାର ନା ନେଉନି। ଗତ ଦୁଇମାସ ହେବ ନୂତନ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦାନ କରିବାପରେ ଜିଲା ପୋଲିସ ପକ୍ଷରୁ ରେକଡ ସଂଖ୍ୟକ ଗଞ୍ଜେଇ ଜବତ କରାଯାଇଛି। ଗତକାଲି ବୌଦ୍ଧ ପୋଲିସ ବଘିଆପଡା ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ବିପୁଳ ପରିମାଣ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ନେଇ ପୁଲିସ କୌଣସି ସୁତ୍ରରୁ ଖବରପାଇ ପେଞ୍ଜାବାଲି ଜଙ୍ଗଲ ମଧ୍ୟରେ ଚଢାଉ କରିଥିଲେ। ଜଙ୍ଗଲ ମଧ୍ୟରୁ ପାଖାପାଖି ୨୦ ଗୋଟି ଜରିବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ ବସ୍ତାଗୁଡିକ ଓଜନ କରିବାରେ ୮ କ୍ୟୁଣ୍ଟାଲ ୪୦ କେଜି ହୋଇଥିଲା। ଏନେଇ ବୌଦ୍ଧ ଥାନା କେସ ନଂ ୧୭୫/୨୩ର ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ଦେଇଛନ୍ତି। ଏହି ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ କାହାରିକୁ ଗିରଫ କରିନାହିଁ।

- Advertisement -

ତେବେ ପୂର୍ବରୁ ଜଙ୍ଗଲ ମଧ୍ୟରୁ ଶହ ଶହ ହେକ୍ଟର ଅଞ୍ଚଳରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଗଞ୍ଜେଇ ଗଛ କଟାଯାଇଥିବା ନେଇ ପୋଲିସ, ଅବକାରୀ ଓ ବନ ବିଭାଗ ପକ୍ଷରୁ ରେକର୍ଡରେ ଦର୍ଶାଯାଇଥିବାବେଳେ ବର୍ତ୍ତମାନ ଏତେ ପରିମାଣରେ ଗଞ୍ଜେଇ କିପରି ଉତ୍ପାଦନ ହୋଇପାରିଲା ତାହାକୁ ନେଇ ସାଧାରଣରେ ସନ୍ଦେହ ଓ ବିସ୍ମୟ ପ୍ରକାଶ ପାଇଛି। ଗଞ୍ଜେଇ ଗଛ କାଟିବା ନାମରେ ସରକାର ପ୍ରଦାନ କରିଥିବା ଅର୍ଥକୁ ମଧ୍ୟ ବିଭାଗୀୟ ଅଧିକାରୀମାନେ ଖାଇଯାଇଥିବା ନେଇ ଅଭିଯୋଗ ହୋଇଛି। ଯେତେବେଳ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ସେପର୍ଯ୍ୟନ୍ତ ଏହି ଜିଲାରୁ ଗଂଜେଇ କାରବାରର କଳଙ୍କ କେବେ ଲୋପ ହୋଇପାରିବନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories