www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧ ଜିଲାରେ ଦୁର୍ଘଟଣା ସଂଖ୍ୟା ଉଦବେଗଜକ ସ୍ଥିତିରେ; ଦୁର୍ଘଟଣା ନିୟନ୍ତ୍ରଣ ସରକାରୀ କାଗଜ କଲମରେ!

ବୌଦ୍ଧ : ବୌଦ୍ଧ ଜିଲାରେ ଦୁର୍ଘଟଣା ସଂଖ୍ୟା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବୌଦ୍ଧ ଜିଲାରେ ମନମୁଣ୍ଡାଠାରୁ ବଦଲା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋମିଟର ଲମ୍ବିଥିବାବେଳେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷତି ଘଟୁଛି। ଦୁର୍ଘଟଣା ରୋକିବା ଦିଗରେ ନା ଆଞ୍ଚଳିକ ପରିବହନ ବିଭାଗର ଆନ୍ତରିକତା ଅଛି ନା ପୁଲିସ କିମ୍ବା ପ୍ରଶାସନର। ବାରମ୍ବାର ଏନେଇ ଜିଲାସ୍ତରରେ ବୈଠକ ବସି ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ନିଷ୍ପତି ସରକାରୀ ନାଲିଫିତା ତଳେ ଚାପି ହୋଇଯାଏ। ପ୍ରଶାସକ ପରେ ପ୍ରଶାସକ ଆସନ୍ତି ସବୁ ଆଲୋଚନା କେବଳ ବୈଠକରେ ହିଁ ରହିଯାଏ ଏବଂ ବୈଠକରେ ଗଣମାଧ୍ୟମ ମୁହଁ ଖୋଲିବା ଭୟରେ ବିଭାଗୀୟ ଅଧିକାରୀମାନେ ସଡକ ସୁରକ୍ଷା ଭଳି ବୈଠକରୁ ଗଣମାଧ୍ୟମକୁ ଦୂରେଇବାକୁ ବିଭିନ୍ନ କୌଶଳ ଅବଲମ୍ବନ କରିବାର ନଜିର ରହିଛି। ଜିଲାର ମନମୁଣ୍ଡା ଓ ବୌଦ୍ଧଠାରେ ବାଇପାସ୍ ନିର୍ମାଣ ସରିଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା କମିବାର ନାଁ ନେଉନାହିଁ। ଜାତୀୟ ରାଜପଥ ଉପରେ ବୌଦ୍ଧ ଜିଲାର ବାଉଁଶୁଣୀ ଓ ପୁରୁଣାକଟକଠାରେ ବାଇପାସ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇପାରିନାହିଁ।

ଜାତୀୟ ରାଜପଥ ଉପରେ ବାଉଁଶୁଣୀ ବଜାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ଦିନକୁ ଦିନ ଏଠାରେ ଦୋକାନ ବଜାର ସଂଖ୍ୟା ବୃଦ୍ଧି ପାଇବା ସହିତ ଯାନବାହାନ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେଣୁ ଅନେକ ସମୟରେ ବାଉଁଶୁଣୀ ଛକ ଓ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ବିଶେଷ ଭାବରେ ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀମାନେ ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖିନ ହେବା ସହିତ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗିରହିଛି। ଏଠାରେ କୌଣସି ପାର୍କିଂ ବ୍ୟବସ୍ଥା ନଥିବାରୁ ଦୈନନ୍ଦିନ କାର୍ଯ୍ୟରେ ଦୋକାନ ବଜାର ଆସୁଥିବା ଲୋକମାନେ ମଧ୍ୟ ରାସ୍ତା ପାର୍ଶ୍ବରେ ହିଁ ଗାଡିଗୁଡିକ ରଖି ଦେଉଥିବାରୁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହୋଇପଡୁଛି। ବାଉଁଶୁଣୀ ଛକ ଉପରେ ନିକଟସ୍ଥ ୮ଟି ପଞ୍ଚାୟତର ଲୋକ ଦୈନନ୍ଦିନ ବଜାରଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ ଆଦି କାର୍ଯ୍ୟରେ ନିର୍ଭର କରିଥାନ୍ତି। ତେଣୁ ବାଉଁଶୁଣୀ ଠାରେ ବାଇପାସ ନିର୍ମାଣ କରାଗଲେ ଏହି ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଅଛି। ସମାନ ଭାବରେ ହରଭଙ୍ଗା ବ୍ଲକର ସବୁଠାରୁ ପ୍ରମୁଖ ବ୍ୟବସାୟୀକ ପେଣ୍ଠ ଓ ଜନଗହଳି ସ୍ଥାନ କହିଲେ ପୁରୁଣାକଟକକୁ ବୁଝାଇଥାଏ। ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ ପରେ ଏହି ରାସ୍ତା ଦେଇ ଯାନବାହାନ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଥିବା ପୁରୁଣାକଟକଠାରେ ବାଇପାସ୍ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ଓ ପ୍ରସ୍ତାବ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଜାତୀୟ ରାଜପଥ ଉପରେ ବୌଦ୍ଧଠାରୁ ନୟାଗଡ଼ ସୀମାନ୍ତ ବଦଲାସାହି ଓ କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ମଧ୍ୟରେ ଅନେକ ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି। ପ୍ରତିବର୍ଷ ଏହି ରାସ୍ତାରରେ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେଉଛି। ସରକାରୀ ବୈଠକଗୁଡିକରେ ଦୁର୍ଘଟଣାପ୍ରବଣ ସ୍ଥାନ(ବ୍ଲାକସ୍ପଟ) ଗୁଡିକ ଚିହ୍ନଟ କରି ଯାତ୍ରୀମାନଙ୍କ ଅବଗତି ନିମନ୍ତେ ସତର୍କ ରହିବାକୁ ସାଇନବୋର୍ଡ ଲଗାଇବା, ହମ୍ପସ ନିର୍ମାଣ କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories