www.samajalive.in
Sunday, December 7, 2025
14.1 C
Bhubaneswar

ଜିଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର

ବୌଦ୍ଧ  : ବୌଦ୍ଧଜିଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତ ସଭାଗୃହ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଂଚି ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏଲଡିଏମ ରବିିନ୍ଦ୍ର ସେଠୀ,ପଲସାଗୋରା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ମହେଶ ପ୍ରସାଦ ମିଶ୍ର, ସବପୋଷ୍ଟମାଷ୍ଟର ବଘିଆବାହାଲ ବିରଂଚି ମେହେର, ସବପୋଷ୍ଟମାଷ୍ଟର କଣ୍ଟାମାଳ ଚିତ୍ତରଂଜନ ସେନାପତି ପ୍ରମୁଖ ମଂଚାସୀନ ଥିଲେ। ନିଜର କଷ୍ଟଲବ୍ଧ ଧନକୁ ଅଧିକ ଲାଭ ଆଶାରେ କୌଣସି ଚିଟଫଣ୍ଡ ସଂସ୍ଥାରେ ନବାନ୍ଧି ସ୍ୱିକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକଘରେ ବାନ୍ଧିବାକୁ ପରାମର୍ଶ ଅତିଥିମାନେ ପରାମର୍ଶ ଦେଇଥିଲେ। ତାନହେଲେ ଚିଟଫଣ୍ଡ ମାନଙ୍କ ପ୍ରଲୋଭନରେ ପଡି ଅଧିକ ସୁଧ ଆଶାରେ ମୂଳଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇ ଦେଇଥିଲେ। ସଭାପ୍ରାରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଧରୁଆ ସ୍ୱାଗତ ଭାଷଣ , ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶ୍ରୀ ମେହେର ଡାକଘରର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଉପରେ ଓ ଶ୍ରୀ ସେଠୀ ବ୍ୟାଙ୍କ ଯୋଜନା ସଂପର୍କରେ ବିସ୍ତୃତ ବିରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ଏଜେଣ୍ଟ ଓ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories