www.samajalive.in
Friday, November 14, 2025
25.1 C
Bhubaneswar

ବୌଦ୍ଧଜିଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ

ବୌଦ୍ଧ: ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସକୁ ବୌଦ୍ଧଜିଲା ବିଜେପି ପକ୍ଷରୁ ନିଆରା ଢଙ୍ଗରେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ସକାଳେ ବିଜେପିର କର୍ମକର୍ତ୍ତା ଓ କର୍ମୀମାନେ ବିଭିନ୍ନ ଦେବା ଦେବୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଦୀପଦାନ କରିଥିଲେ। ଜିଲା ବିଜେପି କାର୍ଯ୍ୟାଳୟଠାରେ ଜିଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବରେ ମୋଦୀଜୀଙ୍କ ଜନ୍ମଦିନ ପାଳନ ସହିତ ଭାରତ ମାତାଙ୍କ ଫଟୋଚିତ୍ର ପୂଜନ କରାଯାଇଥିଲା।

ଏହି ଅବସରରେ ମୋଦୀଜୀଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ସହ ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ବିଭିନ୍ନ ନେତୃବୃନ୍ଦ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବୌଦ୍ଧ ରକ୍ତଭଣ୍ଡାରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସେହିପରି ଅନୁସୂଚୀତ ଜାତି ମୋର୍ଚ୍ଚା ପକ୍ଷରୁ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଜରିଖଣ୍ଡି ନିକଟରେ ଥିବା ରାତ୍ରି ଆଶ୍ରୟସ୍ଥଳୀର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ସାହାଜପାଲଠାରେ ଚାଷୀ ଓ ସେବା ନିବୃତ୍ତ ଜବାନମାନଙ୍କ ଏକ ମିଳିତ ମଞ୍ଚ ରେ ଉପଢୌକନ ଓ ପ୍ରମାଣପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜବାନ ପ୍ରମୋଦ କହାକୁଡ, ଫଣି ଫତ୍ୟାନନ୍ଦ ହୋତା, ରମାକାନ୍ତ ଚାନ୍ଦ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କ ଦୃଢ ନିଷ୍ପତି ବଳରେ ଜବାନମାନଙ୍କର ସର୍ବବିଦ୍ଧ ଉନ୍ନତି ହୋଇପାରିଥିବା ପ୍ରକାଶ କରିଥିଲେ। ବୀରନରସଂହପୁର ବାଳାଶ୍ରମଠାରେ ଜିଲା ବିଜେପି ପଛୁଆବର୍ଗ ସେଲ ପକ୍ଷରୁ ଅନ୍ତେବାସୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା। ଜିଲା ବିଜେପି ସଭାପତି ଶ୍ରୀମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଅନକେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories