www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ ସମାରୋହ

ବୌଦ୍ଧ: ନାରୀ ହିଁ ସେନେହମୟୀ, ନକ୍ଷରୀ ହିଁ କରୁଣାମୟୀ, ନାରୀ ହେଉଛି ଶକ୍ତି ର ପ୍ରତୀକ କ୍ଷ ଏହାକୁ ପ୍ରତିପାଦନ କରିବାକୁ ଆଜି ନବରାତ୍ରୀ ପୂଜା ପୂର୍ଣ୍ଣାହୁତି ଅବସରରେ ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ରୁ ନଅ ବର୍ଷ ପର୍ଯ୍ୟନ୍ତ ୯ ଟି କୁମାରୀ କନ୍ୟା ମାନଙ୍କୁ ଦେବୀ ରୂପରେ ମଞ୍ଚାସିନ କରି ନଅ ଦିନ ଧରି ନବରାତ୍ର ସାଧନା କରିଥିବା ଭକ୍ତ ମାନଙ୍କ ଦ୍ୱାରା ଭକ୍ତି ଓ ସମ୍ମାନ ସହ ପୂଜନ କରାଯିବା ସହ ଭୋଗ ଏବଂ ଉପହାର ପ୍ରଦାନ କରାଯାଇଛି। ଏହି ପରମ୍ପରା ବହୁ ଆଗରୁ ଆମ ହିନ୍ଦୁ ଧର୍ମ ରେ ପ୍ରଚଳିତ କ୍ଷ ଏହା ଦ୍ବାରା ପରିବାରରେ ଶାନ୍ତି ଓ ପ୍ରଗତି ଆସେ ବୋଲି ମାନ୍ୟତା ରହିଛି।

ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ, ଗାୟତ୍ରୀ ଶକ୍ତି ପୀଠ ର ମୂଖ୍ୟ ଟ୍ରଷ୍ଟି, ଅଧ୍ୟକ୍ଷପକ ଡ଼. ପ୍ରବୀର କୁମାର ଦାସ। ପ୍ରଥମେ ବିଶ୍ବ ଶାନ୍ତି ପାଇଁ ଗାୟତ୍ରିଯଜ୍ଞ ଅନୁଷ୍ଠିତ ହୋଇ ୧୦୮ ଥର ଗାୟତ୍ରୀ ମନ୍ତ୍ରକ୍ଷହୁତି ଅର୍ପଣ କରାଯାଇଥିଲା। ତାପରେ ସମସ୍ତ ଦେବା ବେବୀ ମାନଙ୍କୁ ଆହୁତି ପ୍ରଦାନ କରାଯାଇଥିଲା।  ସମସ୍ତେ ଗୋଟିଏ ନିଜର ଖରାପ ଗୁଣ ତ୍ୟାଗ କରି ଏକ ସତ୍ ଗୁଣ ଗ୍ରହଣ କରିଥିଲେ କ୍ଷ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ହୃଦାନନ୍ଦ ମେହେର, ମୃଣାଳିନୀ ଦାସ, ଗୀତାଞ୍ଜଳି ପଟ୍ଟନାୟକ, ଆଇଁଠୁ ମଲିକ,ପିତାମ୍ବର ମେହେର, ନାରାୟଣ ପ୍ରଧାନ ଇତ୍ୟାଦି ବହୁ ସହଯୋଗ କରିଥିଲେ କ୍ଷ ଶକ୍ଷନ୍ତିକୁଞ୍ଜ,ହରିଦ୍ବାରର ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଦ୍ବାରା ଆୟୋଜିତ ଏହି ସମାଜ ସଂସ୍କାର କାର୍ଯ୍ୟକ୍ରମ ବହୁ ଆଦୃତ ଲାଭ କରିପାରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories