www.samajalive.in
Monday, December 15, 2025
24.1 C
Bhubaneswar

ମାଟ୍ରିକ ପରୀକ୍ଷା: ବୌଦ୍ଧଜିଲାରେ ପାସ ହାର ୯୬.୧୭ %

ବୌଦ୍ଧ : କୋଭିଡ କଟକଣା ଯୋଗୁଁ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିବାବେଳେ ସରକାର ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ବାହାର କରିଛନ୍ତି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ସାରା ରାଜ୍ୟର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ କରିଥିବାବେଳେ ବୌଦ୍ଧଜିଲାରେ ୯୬.୧୭ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଶ କରିଥିବା ଜଣାଯାଇଛି। ଜିଲାରେ ୭୫ ଉଚ୍ଚ ବିଦ୍ୟାଳୟର ୭୮୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବାବେଳେ ୮୭ ଜଣ ଫର୍ମ ପୂରଣରୁ ବାଦ ପଡିଥିଲେ। ସେଥିମଧ୍ୟରୁ ଏ୧ ରେ ୭ ଜଣ,ଏ୨ ରେ ୧୨୫ ଜଣ ,ବି୧ ରେ ୩୪୭ ଜଣ,ବି ୨ ରେ ୮୨୯ ଜଣ,ସି ରେ ୧୬୯୪ ଜଣ, ଡି ରେ ୨୧୭୬ ଜଣ ଓ ଇ ଗ୍ରେଡରେ ୨୩୮୫ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ୨୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇଥିବା ଜଣାଯାଇଛି। ଜିଲାରେ ଏ୧ ରେ ପାଶ କରିଥିବା ୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହରଭଙ୍ଗା ବ୍ଲକର ପଲ୍ଲିବିକାଶ ଉଚ୍ଚ ବିଦ୍ୟାଳୟର ଛାତ୍ର ମଧୁସୁଦନ ପ୍ରଧାନ ୫୫୨ ମାର୍କ ରଖି ଜିଲାରେ ଟପର ହୋଇଥିବାବେଳେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଦିନେଶ ପାଣ୍ଡେ ୫୫୦ ନମ୍ବର ସହ ଦ୍ୱିତିୟ,ପଲ୍ଲିବିକାଶ ବିଦ୍ୟାଳୟର ଛାତ୍ର ପ୍ରିୟଦର୍ଶିନୀ ପ୍ରଧାନ ୫୪୯ ନମ୍ବର ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

 

- Advertisement -

ସେହିପରି କଂଟାମାଳ ରୁଣ୍ଡିମହୁଲ ବିଦ୍ୟାଳୟର ଛାତ୍ରୀ ସିମରନ ଦନ୍ତା ୫୪୮ ନମ୍ବର ୪ର୍ଥ ସ୍ଥାନ,ପଲ୍ଲିବିକାଶ ବଦ୍ୟାଳୟର ଛାତ୍ରୀ ସିମ୍ପଲ ବେହେରା ୫୪୪ ନମ୍ବର ସହ ୫ମ ସ୍ଥାନ ଓ ରୁଣ୍ଡି ମହୁଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଜ୍ଞାନ ଗରିଆ ଓ ବୌଦ୍ଧ ଶିଶୁ ମନ୍ଦିର ଛାତ୍ର ପ୍ରଦ୍ୟୁମ୍ନ ଦିଶିରି ୫୪୧ ନମ୍ବର ଲେଖାଏଁ ରଖି ଷଷ୍ଠ ସ୍ଥାନରେ ରହିଥିବା ଜଣାପଡିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories