www.samajalive.in
Monday, December 8, 2025
20.1 C
Bhubaneswar

ମାଟ୍ରିକ ପରୀକ୍ଷା ଫଳ ସାର୍ବଜନୀନ କରାଯାଉ

କଳାପଥର(ବାଙ୍କୀ):ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କୋଭିଡ ମହାମାରୀ କୁ ଦୃଷ୍ଟିରେ ରଖି ଯେଉଈ ମାଟ୍ରିକ ପରୀକ୍ଷା ବାତିଲ କରାଗଲା ପରେ ସ୍କୁଲ ମାନଙ୍କରେ ହୋଇଥିବା ପରୀକ୍ଷାର ଫଳ ଅନୁଯାୟୀ ନମ୍ବର ଦିଆଯିବାକୁ ଘୋଷଣା କରାଯାଇଥିଲା। ଆହୁରୀ ମଧ୍ୟ ଗତ ବର୍ଷ ନବମ ଶ୍ରେଣୀରେ କରାଯାଇଥିବା ପ୍ରତେକ ୧୦୦ ମାର୍କ ପରୀକ୍ଷାରୁ ପିଲା ମାନଙ୍କୁ ମିଳିଥିବା ନମ୍ବରରୁ ୪୦ଭାଗ ଓ ଦଶମ ଶ୍ରେଣୀରେ କରାଯାଇଥିବା ପରୀକ୍ଷାରୁ ୬୦ ଭାଗ ଏହିଭଳି ୧୦୦ ନମ୍ବର ଦେବାକୁ ଘୋଷଣା ହୋଇଥିଲା। କିନ୍ତୁ ଆଜି ପ୍ରକାଶିତ ଫଳ ଅନୁଯାୟୀ କେତେକ ଛାତ୍ର ଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବାବେଳେ ମେଧାବୀମାନେ ଅସନ୍ତୁଷ୍ଟ ହୋଇଛନ୍ତି।

ଗୀତାଞ୍ଜଳି କୁଣ୍ଡୁ, କୁଞ୍ଜବିହାରୀ ଦେବ ହାଇସ୍କୁଲ ସିମର: ପ୍ରକାଶିତ ପରୀକ୍ଷା ଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସନ୍ତୁଷ୍ଟ। କୋଭିଡ କଟକଣା ପାଳନ ପୂର୍ବକ ପରୀକ୍ଷା କରିଥିଲେ ଭଲ ହୋଇଥାନ୍ତା। ସରକାର କେଉଁ ଆଧାରରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ତାହାକୁ ସାର୍ବଜନିନ କରାଯାଉ।
ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ: ପରୀକ୍ଷା କରାଯାଇଥିଲେ ମୁଁ ୯୫/ ମାର୍କ ରଖିଥାନ୍ତି। ତେଣୁ ଏ ଫଳ କୁନେଇ ମୁଁ ଖୁସି ନାହିଁ।
ପଲ୍ଲକ ମହାପାତ୍ର, ସାଧବ ସମାଜ ବିଦ୍ୟା ନିକେଦନ, ବାଲିପାହାଡ: ମୁଁ ପରୀକ୍ଷା ଦେଇଥିଲେ ୧୦୦/ ମାର୍କ ରଖିଥାନ୍ତି। ତଥାପି ୯୬/ ମାର୍କ ରହିଥିବାରୁ ହେତେ ଖୁସି ନାହିଁ।
ଶୁଭଦର୍ଶନ ସାହୁ, କଳାପଥର-ଧଳାପଥର ଉଚ୍ଚବିଦ୍ୟାଳୟ: ସରକାର କୋଭିଡ ସଂକ୍ରମଣକୁ ନେଇ ପ୍ରକାଶିତ ପରୀକ୍ଷା ଫଳ ଠିକ ଅଛି। ଯାହା ପରୀକ୍ଷା ଫଳ ଆଶା କରିଥିଲି ଅଳ୍ପ କମିଛି। ତେଣୁ ଖୁସି ଅଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories