ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନୈତିକ ଓ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୈତିକ ଓ ମୂଲ୍ୟବୋଧ ଭିତିକ ଶିକ୍ଷାର ଶୁଭାରମ୍ଭ କରାଯାଇଛି। ପ୍ରକାଶଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ନାତକସ୍ତରରେ ପ୍ରଥମଥର ପାଇଁ ଉକ୍ତ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବର୍ତ୍ତମାନ ଯୁକ୍ତ ୩ ପ୍ରଥମବର୍ଷ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିକ୍ଷା ଉଦ୍ଦିଷ୍ଟ ହୋଇଥିବାବେଳେ ପରବର୍ତ୍ତି ସମୟରେ ଏହା ପ୍ରତ୍ୟେକ ସେମିଷ୍ଟର ପାଇଁ ଲାଗୁ କରାଯିବ ସହିତ ଛାତ୍ରଛାତ୍ରୀମାନଙ୍କୁ ସର୍ବମୋଟ ୬ଗୋଟି ପରୀକ୍ଷା ଦେବାକୁ ପଡିବ। ଏହି ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ବ ଅବସରରେ ମହାବିଦ୍ୟାଳୟର ୧୭୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ପାଠକ୍ରମକୁ ନେଇ ଉତ୍କଣ୍ଠା ଜାଗ୍ରତ ହେବା ସହିତ ଆଗ୍ରହର ସହିତ ସେମାନେ ବିଷୟବସ୍ତୁକୁ ଶୁଣିଥିଲେ। ନୈତିକ ଓ ମୂଲ୍ୟବୋଧ ଶିକ୍ଷା ବର୍ତମାନର ଜଟିଳ ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଜରୂରୀ ତଥା ନିତିନିଷ୍ଠ ଓ କର୍ତ୍ତବ୍ୟ ପରାୟଣତା ପୂର୍ବକ ଜୀବନ ନିର୍ବାହ କରିବାରେ ସହାୟକ ହେବ ଓ ସେମାନେ ଶୃଙ୍ଖଳିତ ଜୀବନ ସହ ଦେଶ ଓ ଜାତିର ମାନ ରଖିବେ ବୋଳି ଅଧ୍ୟକ୍ଷ ଶ୍ରୀବେହେରା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରବୀର କୁମାର ଦାସ,ଶିକ୍ଷା ବିଭାଗର ଅଧ୍ୟାପକ ଡଃ. ଦିଲ୍ଲିପ କୁମାର ଖୁଣ୍ଟିଆ, ଓଡିଆ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

kalyan agarbati

Comments are closed.