୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳିଙ୍କ କୃତୀତ୍ୱ

ବୌଦ୍ଧ:  ଅଲମ୍ପିକ ଦ୍ୱାରା ସ୍ୱିକୃତୀପ୍ରାପ୍ତ ୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଆର୍ଟ ଟେମ୍ପୁଲ ମାର୍ସଲ ଆର୍ଟ ଆସୋସିଏସନର ଖେଳାଳିମାନେ କୃତୀତ୍ୱ ହାସଲ କରିଛନ୍ତି । ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟେଡିୟମଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବୌଦ୍ଧ ଆର୍ଟ ଟେମ୍ପୁଲର ପ୍ରଶିକ୍ଷକ ସୁଧୀର କୁମାର ବାରିକଙ୍କ ନେତୃତ୍ୱରେ ୬ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବୌଦ୍ଧର ହିମାଂଶୁ ମେହେର, ଦେବେଶ ରାଜୁ, ନିହାର ରଞ୍ଜନ ସେଠୀ ଓ କରିସ୍ମା ବେହେରା ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ସ୍ୱସ୍ତିକ କୁମାର ମେହେର ଓ ପ୍ରିୟମ ପଟ୍ଟନାୟକ ରୌପ୍ୟପଦକ ହାସଲ କରିଥିଲେ ।

ଏଥିସହିତ ବୌଦ୍ଧର ଦିଲ୍ଲୀପ କୁମାର  ବେହେରା ଓ ଦିବ୍ୟ ଶଙ୍କର ମିଶ୍ର ପ୍ରତିଯୋଗିତା ପରିଚାଳନାରେ ସହଯୋଗୀ ଭାବରେ କାର୍ଯ୍ୟ କରି ଅଫିସିଆଲ ପଦକ ହାସଲ କରିଥିଲେ । ପ୍ରଶିକ୍ଷକ ସୁଧିର କୁମାର ବାରିକ୍‌ଙ୍କୁ ମ୍ୟାଚ ରେଫରୀ ଭାବରେ ପଦକ ପ୍ରଦାନ କରାଯାଇଥିଲା । ସୋମାବାର ଏହି କୃତୀ ଖେଳାଳିମାନେ ବୌଦ୍ଧରେ ପହଞ୍ଚିବା ପରେ ଅଭିଭାବକ ଓ ସ୍ଥାନୀୟ ଖେଳାଳୀ,ସଂଗଠନର କର୍ମକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ୱର୍ଣ୍ଣପଦକ ହାସଲ କରିଥିବା ଖେଳାଳିମାନେ ଆଗାମୀ ଜାତୀୟ ଥାଇ ବକ୍ସିଂ ପ୍ରତିଯୋଗିତାରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡିଛି ।

Comments are closed.