www.samajalive.in
Tuesday, December 9, 2025
26.1 C
Bhubaneswar

ଆମେରିକାରେ ଦେଶାଟନକାରୀଙ୍କ ସନ୍ତାନକୁ ଆଉ ମିଳିବନି ଜନ୍ମଗତ ନାଗରିକତା ଅଧିକାର

ୱାଶିଂଟନ : ଆମେରିକାରେ ଜନ୍ମ ହେଉଥିବା ଅଣଆମେରିକୀୟ ଦମ୍ପତିଙ୍କ ସନ୍ତାନ ଏପରି କି ବେଆଇନ ଦେଶାଟନକାରୀଙ୍କ ସନ୍ତାନଙ୍କୁ ଜନ୍ମଗତ ଅଧିକାରୀ ହିସାବରେ ଆମେରିକାର ନାଗରିକତା ମିଳିଥାଏ। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ସନ୍ତାନଙ୍କୁ ଆମେରିକାର ନାଗରିକତା ପ୍ରଦାନ କରାଯାଇଥାଏ। ତେବେ ଆଗାମୀ ଦିନରେ ଆମେରିକା ସମ୍ବିଧାନର ଏପରି ନିୟମକୁ ପରିବର୍ତ୍ତନ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ ଯଦି ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରନ୍ତି ତେବେ ଦେଶାଟନକାରୀଙ୍କ ସନ୍ତାନଙ୍କୁ ଆଉ ଜନ୍ମଗତ ଅଧିକାରୀ ହିସାବରେ ଆମେରିକାର ନାଗରିକତା ମିଳିବ ନାହିଁ। ୧୫୦ବର୍ଷ ପୂର୍ବେ ଆମେରିକା ସମ୍ବିଧାନ ସଂଶୋଧନ ହୋଇଥିବାବେଳେ ଏବେ ଟ୍ରମ୍ପ ନିଜ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ହେଲେ ସମ୍ବିଧାନ ସଂଶୋଧନ କରିବାକୁ ପଡିବ। ତେବେ ଟ୍ରମ୍ପ କେବେ ତାଙ୍କର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ ତାହା ଜଣାପଡି ନାହିଁ। କାରଣ ପୂର୍ବରୁ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ଅଦାଲତରେ କାଟ ଖାଇଯାଇଛି।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories