www.samajalive.in
Monday, December 15, 2025
24.1 C
Bhubaneswar

ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରୁ ଖସିପଡ଼ିଲା ବୋଲେରୋ

ସମାଜ ଡିଜିଟାଲ ଡେସ୍କ: ପୁରୀ ମେଡିକାଲ ଛକସ୍ଥିତ ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରେ ଘଟିଛି ଅଘଟଣ। ରବିବାର ପାର୍କିଂସ୍ଥଳରେ ଗାଡ଼ି ପାର୍କିଂ ସମୟରେ ଏକ ବୋଲେରୋ ପ୍ରଥମ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଜଣକ ଧାମରା ଅଞ୍ଚଳର ବୋଲି ସୂଚନା ମିଳିଛି।

ତେବେ ପାର୍କିଂସ୍ଥଳ ନିର୍ମାରେ ତ୍ରୁଟି ଯୋଗୁ ଏଭଳି ଅଘଟଣ ଘଟିଥିବା କିଛି ଡ୍ରାଇଭର ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ବହୁତଳ ପାର୍କିଂସ୍ଥଳ ହୋଇଥିବାର ପ୍ରତ୍ୟେକ ଫ୍ଲୋର ବା ମହଲାରେ ସୁରକ୍ଷା ପ୍ରାଚୀର ରହିବା ଜରୁରୀ। କିନ୍ତୁ ଏଠାରେ ତାହା ନିର୍ମାଣ କରାଯାଇ ନାହିଁ। ଯେଉଁଥିପାଇଁ ଏଭଳି ଅଘଟଣ ଘଟିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories