www.samajalive.in
Monday, December 15, 2025
15.1 C
Bhubaneswar

ବିଏମ୍‍ଡବ୍ଲ୍ୟୁର ୩-ସିରିଜ କାର୍‍ର ବଜାର ପ୍ରବେଶ

ଗୁରୁଗ୍ରାମ – ପ୍ରତିଷ୍ଠିତ କାର୍‍ କମ୍ପାନୀ ବିଏମ୍‍ଡବ୍ଲ୍ୟୁର ୭ମ ପିଢିର ୩-ସିରିଜ କାର୍‍ର ଗୁରୁଗ୍ରାମ ଠାରେ ବଜାର ପ୍ରବେଶ କରିଛନ୍ତି ଗ୍ରୁପ ଇଣ୍ଡିଆର ସିଇଓ ରୁଦ୍ରତେଜ୍‍ ସିଂ। କମ୍ପାନୀର ଚେନ୍ନାଇ ପ୍ଲାଣ୍ଟରେ ନିର୍ମିତ ଏହି ସିରିଜର କାର୍‍ ଉଭୟ ପେଟ୍ରୋଲ ଏବଂ ଡିଜେଲ ବର୍ଗରେ ମିଳିପାରିବ। ଏହି ୩-ସିରିଜର କାର୍‍ ବିଏମ୍‍ଡବ୍ଲ୍ୟୁର ଜୀବନ ଏବଂ ଆତ୍ମା, ଏହା ଚାଳକ, ମେସିନ ଓ ରାସ୍ତା ଉପରେ ତୃଟିହୀନ ସଂଯୋଗ ସୃଷ୍ଟି କରିଥାଏ ବୋଲି ନୂତନକାର୍‍ର ଶୁଭାରମ୍ଭ ଅବସରରେ ଶ୍ରୀ ସିଂ କହିଥିଲେ। କାର୍‍ଟି ସମ୍ମୁଖରାସ୍ତାର ୫୦ମିଟର ପର୍ଯ୍ୟନ୍ତ ଚାଳନାର ତଥ୍ୟ ରଖିବାସହ ଷ୍ଟିୟରିଂ ଉପରେ ଚାଳକଙ୍କୁ ସହାୟତା କରିଥାଏ। ଚାଳକଙ୍କ ଭଏସ୍‍ କମାଣ୍ଡ ଅନୁଯାୟୀ ଏହା ପରିଚାଳିତ ହୋଇଥାଏ। ଏହା ଡି-ସ୍ପୋର୍ଟ (୪୧.୪୦ ଲକ୍ଷ ଟଙ୍କା) ଓ ଲକ୍‍ଜୁରୀ (୪୬.୯୦ ଲକ୍ଷ ଟଙ୍କା)ର ୨ଟି ଡିଜେଲ ଏବଂ ଏମ୍‍-ସ୍ପୋର୍ଟ (୪୭.୯୦ ଲକ୍ଷ ଟଙ୍କା)ର ପେଟ୍ରୋଲ ଭାରିଆଣ୍ଟରେ ଉତ୍ପାହିତ ହେଉଛି। ୫ଟି ରଙ୍ଗରେ ଏହା ଉପଲବ୍‍ଧ। କମ୍ପାନୀର ଅନ୍ୟ କାର୍‍ଠାରୁ ଏହା ଓଜନରେ ୫୫ କେଜି କମ୍‍ ରହିଛି। ଏହାର ଆଭ୍ୟନ୍ତର କ୍ୟାବିନ ଡିଜାଇନ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଭିତରେ ଯଥେଷ୍ଟ ସ୍ଥାନ ରହିଛି। ଏହି କାର୍‍ ମାତ୍ର ୬.୮ ସେକେଣ୍ଡରେ ୦ରୁ ୧୦୦ କିମି ଘଣ୍ଟାପ୍ରତି ଗତି ପ୍ରଦାନ କରିଥାଏ। ଏଥିରେ ରହିଛି ୬ଟି ଏୟାରବ୍ୟାଗ। ଯେକୌଣସି ସମୟରେ ଏବଂ ଯେକୌଣସି ଗିୟରରେ ଟ୍ରାନ୍ସମିଶନ ସଠିକ୍‍ ଭାବେ ଇଞ୍ଜିନ ସହ ଏକତ୍ରିତ ହୋଇ କାର୍‍କୁ ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରିଥାଏ। ଏହି କାର୍‍ କିଣିବାପରେ ଜଣେ ଉତ୍କୃଷ୍ଟମୂଲ୍ୟ ଦେଇ ମାନସିକ ଶାନ୍ତି ପାଇପାରିବେ ବୋଲି ସିଇଓ ଶ୍ରୀ ସିଂ ଦୃଢୋକ୍ତି ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories