ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର, ୫୫ ୟୁନିଟ ରକ୍ତ ସଂଗ୍ରହ

ମ,ରାମପୁର: ଆଜି ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଶିବିର କୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ସଂଗ୍ରହରେ ଭବାନୀପାଟଣା ରକ୍ତ ଭଣ୍ଡାରର ଟେକ୍ନିସିଆନ ଡମ୍ବରୁ ଧର ସାହୁ, ଡୋଳା ମଣି ମାଝୀ, ସହଯୋଗୀ ବୃକୋଦର ଚନ୍ଦନ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।

prayash

ମାରୱାଡ଼ି ଯୁବା ମଞ୍ଚର ସଭାପତି ଜୟ କୁମାର ମିତ୍ତଲ, ସମ୍ପାଦକ ପ୍ରତୀକ କୁମାର ଅଗ୍ରୱାଲ, ଆବାହକ ସୁମିତ୍ କୁମାର ଅଗ୍ରୱାଲ ଏବଂ ଭାରତ ଭୁଷଣ ଜୈନ, ନବୀନ ଅଗ୍ରୱାଲ, ପପୁ ଅଗ୍ରୱାଲ, ନସିବ ଜିନ୍ଦଲ, ରାଜ କୁମାର ମିତ୍ତଲ, ଅଙ୍କିତ ଅଗ୍ରୱାଲ, ସାର୍ଥକ ଅଗ୍ରୱାଲ, ଆର୍ୟାନ ମିତ୍ତାଲ, କମଲ୍ ଅଗ୍ରୱାଲ, ଏବଂ ଯୁବା ମଞ୍ଚର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.