ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିର ରାଜଧାନୀ ପ୍ରତିଷ୍ଠା ଦିବସ ଠାରୁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଚାଲିବ। ପ୍ରଥମ ଦିନରେ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ସଦସ୍ୟ ମାନେ ରକ୍ତଦାନ କରିଥିବା ବେଳେ ଆଗାମୀ ୪ଦିନରେ ଆହୁରି ଅନେକ ରକ୍ତଦାତା ଯୋଗ ଦେବେ ବୋଲି ଆଶା କରାଯାଉଛି ।
ସାଧାରଣତଃ ପ୍ରଚଣ୍ଡ ଖରା କାରଣରୁ ଗ୍ରୀଷ୍ମ ସମୟରେ ରକ୍ତ ସଂଗ୍ରହ କମିଯାଇଥାଏ, ସେହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରକ୍ତ ସଙ୍କଟକୁ କିଛି ମାତ୍ରାରେ ଦୂର କରିବା ଓ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ନିମନ୍ତେ ଏହା ଏକ କ୍ଷୁଦ୍ର ପ୍ରୟାସ ଅଟେ।
କୌଣସି ସମୟରେ କୌଣସି ବ୍ୟକ୍ତି ରକ୍ତାଭାବର ସମ୍ମୁଖୀନ ନହୁଅନ୍ତୁ, ସେଥିପାଇଁ ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟିତ ଥାଆନ୍ତି। ସାଧାରଣତଃ ପ୍ରତିଦିନ ହସ୍ପିଟାଲ ମାନଙ୍କରେ ଥାଲାସେମିଆ ଓ କ୍ୟାନ୍ସର ତଥା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ପ୍ରାୟ ୩୦-୪୦ ୟୁନିଟ ରକ୍ତ ଦରକାର ହୋଇଥାଏ। ଏହି ଆବଶ୍ୟକତାକୁ କିଛି ମାତ୍ରାରେ ପୂରଣ କରିବାକୁ ଆଗାମୀ ଦିନରେ ମଧ୍ୟ ଏହି ଭଳି ଶିବିର ଆୟୋଜିତ ହେବ ବୋଲି ରୁଦ୍ର ନାରାୟଣ ସାମନ୍ତରାୟ ସୂଚନା ଦେଇଛନ୍ତି।
Comments are closed.