ଆଠଗଡ ମଣ୍ଡଳସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଆଠଗଡ : ଆଠଗଡ ବ୍ଲକର କୁଲାଇଲୋସ୍ଥିିତ ଅନନ୍ତ ଦଳାଇ ସ୍ମୃତି ସରକାରୀ ବିଦ୍ୟାପୀଠରେ ଶୁକ୍ରବାର ଏକ ମଣ୍ଡଳସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଉଦ୍‌‌ଘାଟନ କରିବା ସହ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିପରି ବିଜ୍ଞାନ ଶିକ୍ଷାପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ। ପ୍ରତି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦେଇଥିଲେ । ଏହି ଆଲୋଚନାଚକ୍ର(ସେମିନାର)ର ବିଷୟବସ୍ତୁ ଥିଲା ‘ମାଣ୍ଡିଆ ଏକ ସୁଷମ ଓ ପୁଷ୍ଟିକର ଖାଦ୍ୟ’। ଏହି ଶୀର୍ଷକ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଗୁରୁଡିଝାଟିଆ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଜେନା, ମେଘାର ବିଶେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ମଲ୍ଲିକ ଓ ପାଟେଣିଗାଁସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠର ଛାତ୍ରୀ ଶକ୍ତିସ୍ୱରୂପା ପାଣି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଜେନା ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏଥିରେ ବିଚାରକ ଭାବେ ଗୋପବନ୍ଧୁ ବିଜ୍ଞାନ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଚିତ୍ତରଞ୍ଜନ ପଟ୍ଟନାୟକ ଓ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଉଦୟନାଥ ପରିଡା ଯୋଗଦେଇ ଛାତ୍ରଛାତ୍ରୀଙ୍କର ବିଭିନ୍ନ ଦିଗରୁ ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଗଦାଧର ଲେଙ୍କା ପରିଚାଳନା କରିଥିବା ବେଳେ ଏଡିଏସ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.