www.samajalive.in
Monday, December 8, 2025
14.1 C
Bhubaneswar

କାମାକ୍ଷାନଗର ମହାବିଦ୍ୟାଳୟରେ ବୋମାମାଡ, ୨ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ମହାବିଦ୍ୟାଳୟରେ ପୂର୍ବଶତୃତାକୁ କେନ୍ଦ୍ର କରି ଶନିବାର ପୂର୍ବାହ୍ନରେ ବୋମାମାଡରେ ୨ ଗୁରୁତର ଭାବେ ଆହାତ ହୋଇଥିବାର ଜଣାଯାଇଛି। କାମାକ୍ଷାନଗର ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗତ ନିର୍ବାଚନ ପରଠାରୁ ଗଣ୍ଡଗୋଳ ଲାଗି ରହିଛି। ଏଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବହୁ ସମୟରେ ମହାବିଦ୍ୟାଲୟ ପରିସର ହେଉ କିମ୍ବା ପରିସର ବାହାରେ ଗଣ୍ଡଗୋଳ ଲାଗି ରହିଛି। ଶନିବାର ପୂର୍ବାହ୍ନରେ ଗୋଟିଏ ଗୋଷ୍ଠୀର ଛାତ୍ର ସଂଗ୍ରାମ ନାଏକକୁ ତାର ସଂପର୍କୀୟ ଭାଇ ସଂଜୀବ ନାଏକ ମହାବିଦ୍ୟାଳୟକୁ ଛାଡିବାକୁ ଯାଇଥିବା ବେଳେ ଅନ୍ୟଗୋଷ୍ଠୀର ବିଶ୍ୱଜିତ ବେହେରାଙ୍କ ସହିତ ଅନ୍ୟ ୫ ଜଣ ସହଯୋଗୀଙ୍କ ସହିତ ଅଚାନକ ଭାବେ ବୋମା ଫୁଟାଇ ଭୟଭୀତ କରିବା ପରେ ପାଖରେ ଥିବା ଟାଇଲରେ ମୁଣ୍ଡକୁ ମାଡ ମାରିବା ସହିତ ବିଭିନ୍ନ ମାରଣାସ୍ତ୍ରରେ ଜୀବନରେ ମାରିଦବାକୁ ଧମକ ମଧ୍ୟ ଦେଇ ଫେରାର ହୋଇଯାଇଛନ୍ତି। ଏଥିରେ ସଂଗ୍ରାମକୁମାର ନାଏକ ଓ ସଂଜୀବକୁମାର ନାଏକ ଗୁରୁତର ଭାବେ ଆହାତ ହୋଇ ପଡିଥିଲେ। ସଂଗ୍ରାମ ଓ ସଂଜୀବ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସଂଜୀବ ଗୁରୁତର ହେବାରୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଗତ ନିର୍ବାଚନ ପରଠାରୁ ବାରମ୍ବାର ଏହି ଗୋଷ୍ଠୀ ସଂଘର୍ଷ ମହାବିଦ୍ୟାଳୟର ପରିଚାଳନା ପ୍ରତି ସାଧରଣରେ ବିସ୍ମୟ ପ୍ରକାଶ ପାଇଛି। ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଏହି ଘଟଣା ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ବେଳେ ଏହା ସୁନୁଫୋଟକା ବାଣ ଏବଂ  ଏହି ଘଟଣା ତଦନ୍ତ ପ୍ରକ୍ରୀୟାରେ ପୁଲିସ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories