www.samajalive.in
Monday, December 15, 2025
24.1 C
Bhubaneswar

ବରିଷ୍ଠଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ, ବାଣ୍ଟିଲେ କମ୍ବଳ ଓ ବସ୍ତ୍ର

ଫୁଲବାଣୀ: ପ୍ରବଳ ଶୀତ ସମୟରେ କିଛି ଗରୀବ ଶ୍ରେଣୀର ବୃଦ୍ଧ ଓ ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଛନ୍ତି କନ୍ଧମାଳ ଜିଲାର ବିଭିନ୍ନ ସଂଗଠନ। ଆଜି କନ୍ଧମାଳ ସ୍କାଇଲ୍‍ ଟିମ୍‍ର ସଦସ୍ୟ ମାନେ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରେ ପହଞ୍ଚି ନିଜେ ଚିହ୍‍ଟ କରି କିଛି ଗରୀବ ଶ୍ରେଣୀର ବୃଦ୍ଧ ଓ ବୃଦ୍ଦା ମାନଙ୍କୁ ପ୍ରଦାନ କରିଥିଲେ କମ୍ବଳ ଓ ବସ୍ତ୍ର। ଏଥିରେ ଟିମ୍‍ର ଆବାହକ ଅନିଲ୍‍ କୁମାର ଦିଗାଲଙ୍କ ନେତୃତ୍ୱରେ ସଦସ୍ୟ ବିଜୟ ଲକ୍ଷ୍ମୀ ଭୋଇ, ଶୁଭଲକ୍ଷ୍ମୀ ଭୋଇ, ଧରିତ୍ରିି ପ୍ରଧାନ, ସୁବାଷ ଚନ୍ଦ୍ର ମଲିକ, ଶରତ କୁମାର କଟା, ସ୍ୱର୍ଣ୍ଣଲତା ପାତ୍ର, ଭକ୍ତିମୟୀ ବେହେରା, ସୁବାଷ ଚନ୍ଦ୍ର ମଲିକ, ଅନ୍ନପୂର୍ଣ୍ଣା ପ୍ରଧାନ, ବିବେକ ରଂଜନ ମହାପାତ୍ର, ଜଗନ୍ନାଥ ବେହେରା ପ୍ରମୁଖ ସାମିଲ୍‍ ହୋଇ ବଣ୍ଟନ କରିଥିଲେ। ସେହିଭଳି ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଟକଲି, ଖଲିବେରେନା, ବିଜୁଳିସାହି, କୁଚିଲାଝର ଆଦି ଗ୍ରାମରେ ପହଞ୍ଚି ଗରୀବ ଓ ବୃଦ୍ଧା ଓ ବୃଦ୍ଧମାନଙ୍କୁ ପ୍ରଦାନ କରିଥିଲେ କମ୍ବଳ। ସଂଗଠନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ଶିବ ସୁନ୍ଦର ସାହୁ, ଗୌତମ ହଂସ, ବଳରାମ ବିନ୍ଧାଣୀ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ବଣ୍ଟନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories