www.samajalive.in
Monday, December 15, 2025
17.1 C
Bhubaneswar

ଦିଲ୍ଲୀ ଆନ୍ଦୋଳନରେ ପଶ୍ଚିମ ଓଡ଼ିଶା ଚାଷୀ ସାମିଲ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀ କଳା ଆଇନ ବୋଲି ଅଭିହିତ କରିଛନ୍ତି। ଏହି ଆଇନ ବିରୋଧରେ ପଞ୍ଜାବ, ହରିଆନା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଚାଷୀ ଆନ୍ଦୋଳନ କରୁଥିଲା ବେଳେ ଦେଶର ୪ଶହରୁ ଅଧିକ ଚାଷୀ ସଂଗଠନ ଏକଜୁଟ ହୋଇ ଏହା ବିରୋଧରେ ଯୋରଦାର ଆନ୍ଦୋଳନ କରୁଛନ୍ତି। ତେବେ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଚାଷୀ ସାମିଲ ହୋଇଛନ୍ତି ବୋଲି ଚାଷୀ ନେତା ଲିଙ୍ଗରାଜ କହିଛନ୍ତି।
ଆନ୍ଦୋଳନ ପଲ୍ଲୀରୁ ଆରମ୍ଭ ହୋଇ ଦିଲ୍ଲୀରେ ପହଞ୍ଚି ସାରିଛି। କିନ୍ତୁ ସରକାର ବିଭ୍ରାନ୍ତିକର ବ ୟାନ ଦେଉଛନ୍ତି; ଯାହାକି ଦୁର୍ଭାଗ୍ୟଜନକ। ଚାଷ ଓ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିଲା ବେଳେ ଚାଷୀଙ୍କ ପାଇଁ କଳା ଆଇନ ଆଣିବାର କାରଣ କ’ଣ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି। ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ଯେ, କୃଷି ଆଇନ ବିରୋଧରେ ସମଗ୍ର ଦେଶରେ ନିଆଁ ଜଳୁଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି ନିଆଁ ରହିଛି। କଳା ଆଇନ ବିରୋଧରେ ଚାଷୀ ଲଢେଇ କରୁଥିଲା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଚାଷୀ ସଂଗଠନ ଏହାକୁ ନିନ୍ଦା କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories