ମହଙ୍ଗା ପଡ଼ିଲା ମହିଳାଙ୍କ ରଙ୍ଗକୁ ନେଇ ଥଟ୍ଟା; ୫ମୃତ ୧୨୦ଗୁରୁତର

0

ରାଇଘର: କଳା ରଙ୍ଗ ପାଇଁ ପରିବାରବର୍ଗଙ୍କ ଥଟ୍ଟା ଜନୈକା ମହିଳାଙ୍କୁ ଏତେ ମାତ୍ରାରେ ବ୍ୟତିବ୍ୟସ୍ତ କରିଥିଲା ଯେ, ଶେଷରେ ସେ ରନ୍ଧା ଖାଦ୍ୟରେ ବିଷ ମିଶାଇ ସମସ୍ତଙ୍କୁ ଖୁଆଇ ଦେଇଥିଲେ। ଛତିଶଗଡ଼ ରାଜ୍ୟର ରାଇଘର ଜିଲାରେ ଜୁନ ୧୮ତାରିଖ ଘଟିଥିଲା ଏଭଳି ଘଟଣା। ମହଡ଼ ଗ୍ରାମର ଏକ ଗୃହପ୍ରବେଶ ଉତ୍ସବରେ ଏକତ୍ରିତ ହୋଇଥିଲେ ସୁବାସ ମାନେଙ୍କ ପରିବାରବର୍ଗ। ପ୍ରଜ୍ଞା ସରଭାସେ ନାମ୍ନୀ ଏହି ମହିଳା ମଧ୍ୟ ଉକ୍ତ ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ। ପରିବାରବର୍ଗଙ୍କ ଥଟ୍ଟା ତାମସା ମଧ୍ୟରେ ପ୍ରଜ୍ଞାଙ୍କ କଳା ରଙ୍ଗକୁ ନେଇ ଉପହାସ ତାଙ୍କୁ ବେଶ୍‍ ବିଚଳିତ କରି ଦେଇଥିଲା। ଫଳରେ ଉପସ୍ଥିତ ଅତିଥିଙ୍କ ପାଇଁ ରନ୍ଧା ଖାଦ୍ୟରେ କୀଟନାଶକ ମିଶାଇ ଦେଇଥିଲା ପ୍ରଜ୍ଞା।
ଏହି ଖାଦ୍ୟ ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୪ଜଣ ବାଳକ ରହିଥିବାବେଳେ ଜଣେ ପ୍ରାପ୍ତ ବୟସ୍କ ଥିଲେ। ୮୦ରୁ ଉଦ୍ଧାର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହେବା ସହ ସେମାନଙ୍କ ଚିକିତ୍ସା ଅବ୍ୟାହତ ରହିଛି। ପୁଲିସ ଏହି ଘଟଣା ପରେ ପ୍ରଜ୍ଞାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ମଧ୍ୟ କରିଛି। ପ୍ରଜ୍ଞା ପୁଲିସ ଆଗରେ ପାରିବାରିକ ବିବାଦ ସମ୍ପର୍କରେ ସ୍ୱୀକାର କରିବା ସହ ଖାଦ୍ୟରେ କୀଟନାଶକ ମିଶାଇ ଥିବା ସ୍ୱୀକାର କରିଥିଲେ। ଏହି କୀଟନାଶକ ମିଶ୍ରିତ ଖାଦ୍ୟ ଖାଇ ୧୨୦ଜଣ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ପରେ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୮୦ଜଣ ଅଦ୍ୟାବଧି ଡାକ୍ତରଖାନାରେ ଚିକିତ୍ସାରତ ରହିଛନ୍ତି।

kalyan agarbati
Leave A Reply