www.samajalive.in
Monday, December 15, 2025
16.1 C
Bhubaneswar

ବିଜେପି କାର୍ଯ୍ୟକାରିଣୀ ବୈଠକ : ନବୀନଙ୍କ ଉପରେ ବର୍ଷିଲେ ସ୍ମୃତି

ବିକାଶ ଓ ମହିଳା ସୁରକ୍ଷାରେ ସରକାର ବିଫଳ
କୁପୋଷଣରେ ନମ୍ବର ୱାନ୍‍
ରାଜ୍ୟ ଚାହିଁଲେ ଓଟିଏମ୍‍ ପୁନଃ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର :ଓଡ଼ିଶାକୁ ପ୍ରକୃତିର ବରଦାନ ଥିବା ସତ୍ତ୍ବେ ଏଠାକାର ଲୋକେ ଏବେ ବି ଅବହେଳିତ ହୋଇ ରହିଛନ୍ତି। ଦୀର୍ଘ ୧୮ବର୍ଷ ଧରି ନବୀନ ବାବୁ ଶାସନ ଗାଦିରେ ବସି କେବଳ ଓଡିଶାର ବିକାଶକୁ ଦିଗହରା କରିଛନ୍ତି ତାହା ନୁହେଁ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବାନୀ ଇରାନୀ କହିଛନ୍ତି।
ରବିବାର ବିଜେପିର ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଛନ୍ତି ଯେ ରାଜ୍ୟ ସରକାର ବିଧାନସଭାରେ ମାନିଛନ୍ତି ଯେ ୬୦ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଥିବା ବେଳେ କୁପୋଷଣରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇଛି। ଓଡିଶାରେ ପ୍ରତିଦିନ କେଉଁଠି ନା କେଉଁଠି ଚିକିତ୍ସା ଅଭାବରେ ମୃତ୍ୟୁ ହେଉଥିବାର ଖବର ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁ କାହିଁକି ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କଲେନାହିଁ ତାହା ଚିନ୍ତାର ବିଷୟ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଯଦି ସହଯୋଗର ହାତ ବଢ଼ାନ୍ତି ତେବେ ଓଟିଏମ କାରଖାନା ପୁନଃ କାର୍ଯ୍ୟକ୍ଷମ ହୋଇପାରିବ। ଏଥିରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ସେହିପରି ପେଟ୍ରୋଲ ଡିଜେଲ ଉପରେ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କା ୫୦ ପଇସା କମ୍‍ କରିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଲିଟର ପିଛା ଆଉ ୨ ଟଙ୍କା ୫୦ ପଇସା କମ୍‍ କରି ମୋଟ ୫ ଟଙ୍କାର ରିଆତି ଲୋକଙ୍କୁ ଦେଉଛନ୍ତି। ହେଲେ ଓଡିଶା ସରକାର ଦର କମାଇବା ପାଇଁ ରାଜି ହେଉନାହାନ୍ତି କାହିଁକି ବୋଲି ଶ୍ରୀମତୀ ଇରାନୀ ପ୍ରଶ୍ନ କରିଛନ୍ତି। ନବୀନ ବାବୁ ନା ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଭାରତର ଲାଭ ପହଞ୍ଚାଉଛନ୍ତି ନା ପେଟ୍ରୋଲ ଡିଜେଲରେ ଲିଟର ପିଛା ମିଳିବାକୁ ଥିବା ୫ଟଙ୍କା କମ୍‍ର ଲାଭ ପହଞ୍ଚାଉଛନ୍ତି। ସରକାର କେବଳ ନିଜର ବାହାବା ଦେଖାଇବାପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ସ୍ୱାସ୍ଥ୍ୟ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories