www.samajalive.in
Saturday, December 13, 2025
14.1 C
Bhubaneswar

ଭାରତ ୧୯ ବର୍ଷରୁ କମ୍‍ ଏସିଆ କପ୍‍ ଚମ୍ପିଆନ

ଢାକା : ଭାରତ ରେକର୍ଡ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‍ କ୍ରିକେଟ ଏସିଆ କପ୍‍ ଚମ୍ପିଆନ୍‍ ହୋଇପାରିଛି। ରବିବାର ଏଠାରେ ଖେଳା ଯାଇଥିବା ୭ମ ୧୯ ବର୍ଷରୁ କମ୍‍ କ୍ରିକେଟ ଏସିଆ କପ୍‍ ଫାଇନାଲରେ ଭାରତ ୧୪୪ ରନ୍‍ର ବିପୁଳ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତର ସମସ୍ତ ୫ ଜଣ ବ୍ୟାଟ୍‍ସମ୍ୟାନ ସଫଳ ହେବାରୁ ଏହା ୫୦ ଓଭରରେ ୩ ୱିକେଟ ହରାଇ ୩୦୪ ରନ୍‍ କରିଥିଲା। ପରେ ବାମହାତି ସ୍ପିନର ହର୍ଷ ତ୍ୟାଗୀ ୬ଟି ୱିକେଟ ନେବାରୁ ଶ୍ରୀଲଙ୍କା ୩୮.୪ ଓଭରରେ ୧୬୦ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଜୁନିୟର ଏସିଆ କପରେ ଗତବର୍ଷ ଆଫ୍‍ଗାନିସ୍ତାନ ଚମ୍ପିଆନ୍‍ ହୋଇଥିବା ବେଳେ ୨୦୧୨ରେ ଭାରତ-ପାକିସ୍ତାନ ଯୁଗ୍ମ ଚମ୍ପିଆନ୍‍ ହୋଇଥିଲେ। ବାକି ୫ଟି ସଂସ୍କରଣରେ ଭାରତ ଚମ୍ପିଆନ୍‍ ହୋଇଛି। ଏସିଆ କପ୍‍ ଚମ୍ପିଆନ୍‍ ଦଳରେ ଓଡ଼ିଆ ପେସ୍ ବୋଲର ରାଜେଶ ମହାନ୍ତି ଖେଳିଥିଲେ। ରାଜେଶ ଫାଇନାଲରେ ୪ ଓଭର ବୋଲିଂକରି ୧୮ ରନ୍‍ଦେଇ କୌଣସି ୱିକେଟ ପାଇନଥିଲେ।
ଫାଇନାଲରେ ଭାରତୀୟ ୧୯ ବର୍ଷରୁ କମ୍‍ ଦଳ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ଏହାର ଓପ୍‍ନିଂ ଯୋଡ଼ି ୨୫ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହିଥିଲେ ଏବଂ ୧୨୧ ରନ୍‍ର ଭାଗିଦାରୀ କରି ବିଶାଳ ସ୍କୋର୍‍ର ମୂଳଦୁଆ ପକାଇଥିଲେ। ଦିଲ୍ଲୀର ଅନୁଜ ରାୱତ ୭୯ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୭ ରନ୍‍ କରିଥିଲେ। ପରେ ଅନ୍ୟ ଓପ୍‍ନର ଯଶସ୍ୱୀ ଜୟସ୍ୱାଲ ୧୧୩ ବଲ୍‍ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ସର୍ବାଧିକ ୮୫ ରନ୍‍ କରିଥିଲେ। ଦେବଦୂତ୍ତ ପାଡିକଲ ୩୧ ରନ୍‍କରି ବିଦାୟ ନେଇଥିଲେ। ପରେ ଅଧିନାୟକ ସିମ୍ରନ୍‍ ସିଂହ ଓ ଆୟୁଷ ବାଦୋନି ଶେଷ ୯ ଓଭରରେ ବିସ୍ଫୋରକ ବ୍ୟାଟିଂକରି ୧୨୦ ରନ୍‍ ଯୋଗ କରିବାରୁ ଭାରତ ୩ ଶହ ରନ୍‍ ଅତିକ୍ରମ କରି ପାରିଥିଲା। ଅବିଭାଜିତ ୪ର୍ଥ ୱିକେଟ ପାଇଁ ଦୁହେଁ ଏହି ୧୨୦ ରନ୍‍ ଯୋଡ଼ିଥିଲେ। ସିମ୍ରନ୍‍ ମାତ୍ର ୩୭ ବଲ୍‍ରୁ ୪ଟି ଛକା ଓ ୩ଟି ଚୌକା ସହ ୬୫ ରନ୍‍କରି ଅପରାଜିତ ଥିଲେ। ବାଦୋନି ବିଧ୍ୱଂସୀ ଇନିଂସ ଖେଳି ୨୮ ବଲ୍‍ରୁ ୫ଟି ଛକା ଓ ୨ଟି ଚୌକା ସହ ୫୨ ରନ୍‍କରି ଅପରାଜିତ ଥିଲେ।
୩୦୫ ରନ୍‍ର ବିଜୟଲକ୍ଷ୍ୟ ଶ୍ରୀଲଙ୍କା ପାଇଁ କଷ୍ଟସାଧ୍ୟ ଥିଲା। ଏକଦା ଏହା ୧ ୱିକେଟରେ ୬୬ ରନ୍‍ କରିଥିବା ବେଳେ ପରେ ଦିଗହରା ହୋଇ ୧୬୦ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ଓପ୍‍ନର ନିଶାନ୍‍ ମଦୁସ୍କା ୬୭ ବଲ୍‍ରୁ ୨ଟି ଛକା ସହ ୪୯ ରନ୍‍ କରିଥିବା ବେଳେ ମଧ୍ୟକ୍ରମରେ ନବୋଦ ପାରାନାବିତାନା ୬୧ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୮ ରନ୍‍ କରିଥିଲେ। ପାସିନ୍ଦୁ ସୂରିୟାବନ୍ଦାରା ୩୧ ରନ୍‍ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଦିଲ୍ଲୀର ବାମହାତି ସ୍ପିନର ହର୍ଷ ତ୍ୟାଗୀ ୩୮ ରନ୍‍ଦେଇ ୬ଟି ୱିକେଟ ନେଇଥିବା ବେଳେ ସିଦ୍ଧାର୍ଥ ଦେଶାଇ ୨ଟି ୱିକେଟ ପାଇଥିଲେ। ହର୍ଷ ତ୍ୟାଗୀ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିବା ବେଳେ ପୂରା ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ରେ ବଡ଼ ସ୍କୋର କରିଥିବା ଯଶସ୍ୱୀ ଜୟସ୍ୱାଲ ପ୍ଲେୟର ଅଫ୍‍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories