www.samajalive.in
Sunday, December 7, 2025
23.1 C
Bhubaneswar

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ

ମୁମ୍ବଇ : ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଚାଲୁଥିବା ମତଭେଦରେ ପୁର୍ଣ୍ଣଛେଦ ପଡିଛି। ଏହି ଦୁଇ ରାଜନୈତିକ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାଠି ଲଢିବେ। ମହାରାଷ୍ଟ୍ରରେ ସମୁଦାୟ ୪୮ ଆସନ ମଧ୍ୟରୁ ଶିବସେନା ୨୩ଟି ସିଟ୍‍ ଓ ବିଜେପି ୨୫ଟି ସିଟରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏନିଡିଏ ସହଯୋଗୀ ଆରପିଆଇ ମୁଖ୍ୟ ରାମଦାସ ଅଠବଲେ ମଣ୍ଟେରେ କୌଣସି ଆସନ ମିଳି ନ ଥିବା ଅଭିଯୋଗ କରିଛନ୍ତି।
ବିଜେପି-ଶିବସେନା ମେଣ୍ଟକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଜଙ୍କ କହିବା ଅନୁସାରେ, ଆମ ଭିତରେ ନିଷ୍ପତ୍ତିକୁ ନେଇ ମତଭେଦ ହୋଇଥାଏ, କିନ୍ତୁ ଆମର ବିଚାରଧାରା ସମାନ। ବର୍ତ୍ତମାନ ସମୟରେ ଦେଶରେ ଦେଶପ୍ରେମକୁ ନେଇ ଏକତା ଦେଖିବାକୁ ମିଳିଛି, ତେଣୁ ଏହି ସମୟରେ ଦେଶପ୍ରେମରେ ବିଶ୍ୱାସ ରଖୁଥିବା ରାଜନୈତିକ ଦଳମାନେ ମଧ୍ୟ ଏକ ହେବା ଦରକାର ବୋଲି ଫଡନାଭିଜ କହିଛନ୍ତି। ସେହିପରି ଏନଡିଏ ସହଯୋଗୀ ଆରପିଆଇ ମୁମ୍ବଇ ସାଉଥ-ସେଣ୍ଟ୍ରାଲ ଆସନ ପାଇଁ ଦାବି କରିଛି। ଯଦି ଆରପିଆଇକୁ କୌଣସି ସିଟ ନ ମିଳେ ମେଣ୍ଟ କଥା ପରେ ଚିନ୍ତା କରିବେ ବୋଲି ଆରପିଆଇ କହିଛି।
ସେହିପରି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନର କିଛି ମାସ ପରେ ବିଧାନସଭା ନିର୍ବାଚନ ହୋଇଥାଏ। ଦୀର୍ଘ ୨୫ ବର୍ଷ ଧରି ବିଜେପି ଓ ଶିବସେନାର ସମ୍ପର୍କ ରହିଥିବା ଫଡନାଭିଜ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories