www.samajalive.in
Sunday, December 7, 2025
26.1 C
Bhubaneswar

ପରୀ ହତ୍ୟା ଘଟଣାର ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରେଙ୍ଗାଲି ବିଜେପିର ପଦଯାତ୍ରା

ରେଙ୍ଗାଲି/ସମ୍ବଲପୁର :  ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ, ରାଜ୍ୟରେ ନିକଟ ଅତୀତରେ ନିଖୋଜ ୫୫୦୩ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା, ପରୀର ମାଁ ବାପାଙ୍କ ସହିତ ସମସ୍ତ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଭଳି ଦାବୀରେ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପଦଯାତ୍ରା କରୁଛି  ଏହି ମର୍ମରେ ଶନିବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପିର ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ନାଉରି ନାଏକଙ୍କ ନେତୃତ୍ୱରେ ଆଜି ରେଙ୍ଗାଲି ବାବା ବନ୍ଧରୁ ଏକ ବିଶାଳ ରାଲି ବାହାରି ରାମଚନ୍ଦ୍ରନଗର ଯାଏଁ ଯାଇଥିଲା। ବିଜେପିର ବହୁ ନିର୍ବାଚିତ ପ୍ରତିନିଧି, ପଦାଧିକାରୀ ଓ କର୍ମୀଙ୍କ ସହ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
ବିଜେପି ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ ଙ୍କ ଉପସ୍ଥିତିରେ ହୋଇଥିବା ଏହି ପଦଯାତ୍ରାରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ରେଙ୍ଗାଲି ମଣ୍ଡଳ ସଭାପତି ତିରୋଜ ହେଡେଞ୍ଜା, ସାଂସଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରୱାଲ ଓ ଆଶିଷ ହୋତା, ମଣ୍ଡଳ ସାଧାରଣ ସମ୍ପାଦକ ନବୀନ ପ୍ରଧାନ, ମଣ୍ଡଳ ଉପସଭାପତି ସରୋଜ ମେହେର, ଶାସନ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ବାରିକ ଲାଇଡା ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟି, ପରମାନପୁର ମଣ୍ଡଳ ସଭାପତି ସଞ୍ଜୀବ ବାରିକ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ ଧନକାଉଡା ବ୍ଲକ ଅଧ୍ୟକ୍ଷା ଶିତା ଛୁରିଆ ଉପାଧ୍ୟକ୍ଷା ସୁଷମା ସାହୁ ମହିଳା ମୋର୍ଚ୍ଚା ର ଅନ୍ନପୂର୍ଣ୍ଣା ବାରିକ, ସରୋଜିନୀ ବନଛୋର, ସୁଜାତା ଗୁରୁ, ଅର୍ଚନା ସାହାଣୀ, ଅଞ୍ଜଳୀ ଛୁରା, ନିରୂପମ ମିଶ୍ର, ପଙ୍କଜିନି ରାଉତ, ନରେନ୍ଦ୍ର ମିଶ୍ର, ଅନ୍ତର୍ଯ୍ୟାମୀ ପାଣି, ଡା.ଅର୍ଜୁନ ନାଏକ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଜୟ ନାରାୟଣ ନାଏକ, ସଜ୍ଜନ ପୋଦଦାର, ଜଗନ୍ନାଥ ମେହେର, ରାଜ କିଶୋର ବେହେରା, ଦିବ୍ୟ ଶଙ୍କର ବେହେରା, ବିକାଶ ବେରିହା, ନିତିନ ଅଗ୍ରୱାଲ, ସୁଧୀର ଗୁପ୍ତା, ବିଶିକେଶନ ପଣ୍ଡା ପ୍ରମୁଖ ସାମିଲ ଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories