ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ
ଗୁରୁଡ଼ିଝାଟିଆ: କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଜୟ ନାଏକ (୩୫) ନାମକ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାରମଣପୁର ଆଦର୍ଶ କାରାଗାରରେ ଡକାୟତି ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ଅଜୟ ୨୦୨୨ ମଇ ମାସରୁ ରହି ଆସୁଥିଲେ। ହେଲେ ଗତ ସେପ୍ଟେମ୍ବର ୨୦ ତାରିଖରେ କୌଣସି କାରଣରୁ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିଲେ ବୋଲି କାରାଗାର ଅଧିକ୍ଷକ ସୁଶାନ୍ତ କୁମାର ରାଉତ କହିଛନ୍ତି।
Comments are closed.