ବିଜେପି ସହ କୌଣସି ମତଭେଦ ନାହିଁ: ନୀତୀଶ

0

ନୂଆଦିଲ୍ଲୀ : ବିଜେପି-ଜେଡିୟୁ ମେଣ୍ଟରେ ମତଭେଦ ନେଇ ପ୍ରକାଶିତ ରିପୋର୍ଟକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଖଣ୍ଡନ କରିଛନ୍ତି। ସୋମବାର ନୀତୀଶ କହିଛନ୍ତି ଯେ ମେଣ୍ଟରେ ମତଭେଦ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହା କେବଳ ଶସ୍ତା ରାଜନୀତି। ୨୦୧୯ ଲୋକସଭା ନିର୍ବାଚନରେ ବିହାରର ୪୦ ଆସନରୁ ଜେଡିୟୁ ୨୫ ଆସନ ଦାବି କରିବା ନେଇ କୌଣସି ପ୍ରକାଶିତ ରିପୋର୍ଟର କୌଣସି ସତ୍ୟତା ନାହିଁ ବୋଲି ନୀତୀଶ କହିଛନ୍ତି। ଶସ୍ତା ଲୋକପ୍ରିୟତା ହାସଲ ଉଦ୍ଦେଶ୍ୟରେ କିଛି ଲୋକ ଏପରି ଉଦ୍ୟମ ଚଳାଇଛନ୍ତି।

Leave A Reply