କନ୍‍ଷ୍ଟେବଳଙ୍କୁ ମାଡ଼ମାରି ଅଡୁଆରେ ବିଜେପି ବିଧାୟକ

0

ଭୋପାଳ : ମଧ୍ୟପ୍ରଦେଶର ଦେୱାସ୍‍ ଜିଲା ଅନ୍ତର୍ଗତ ଉଦୟପୁରଠାରେ ବିଜେପିର ବାଗଲି ବିଧାୟକ ଚମ୍ପାଲାଲ୍‍ ଦେବଡା ଜଣେ କନଷ୍ଟେବଳଙ୍କୁ ମାଡ ମାରି ଅଡୁଆରେ ପଡିଯାଇଛନ୍ତି। ଶୁକ୍ରବାର ରାତିରେ ଦେବଡାଙ୍କ ପୁଅ ସହିତ କନଷ୍ଟେବଳ ସନ୍ତୋଷ ଇଭନାତିଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ବିଧାୟକ ଦେବଡା ଏବଂ ତାଙ୍କ ସମର୍ଥକମାନେ କିଛି ସମୟ ପରେ ଉଦୟନଗର ଥାନାରେ ପହଞ୍ଚି ସନ୍ତୋଷଙ୍କୁ ମାଡ଼ ମାରିଥିଲେ। ଏହି ଦୃଶ୍ୟ ଥାନାରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। କଣ୍ଟ୍ରୋଲ ରୁମ୍‍ରେ ବସିଥିବା ପୁଲିସ ଅଧିକାରୀ ଏହି ଦୃଶ୍ୟ ଦେଖିଥିଲେ। ଏହି ଘଟଣାକୁ ନେଇ ପୁଲିସ ସମ୍ପୃକ୍ତ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି।

Leave A Reply