www.samajalive.in
Monday, December 15, 2025
24.1 C
Bhubaneswar

ଜନମତ ସର୍ଭେ ୨୦୧୯: ଲୋକସଭାରେ ବିଜେପି ଆଗରେ

ସମାଜ ପୋର୍ଟାଲ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଶେଷ ହେବା ପରେ ଏକଜିଟ ପୋଲ ଅନୁମାନ ବିଜେପି ପାଇଁ ଭଲ ଖବର ଆଣିଛି। ପାଖାପାଖି ସବୁ ଏକଜିଟ ପୋଲରେ ପୁଣି ଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ – ଏନ୍ଡ଼ିଏ କେନ୍ଦ୍ରରେ ସରକାର ଗଠନ କରିବା ନେଇ ଅନୁମାନ କରାଯାଉଛି। ଟାଇମ୍ସ ନାଓ ଦ୍ୱାରା କରାଯାଇଥିବା ସର୍ଭେରେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବା ବୋଲି ଅନୁମାନ କରାଯାଉଛି। ତେଣୁ ବିରୋଧୀ ଦଳଗୁଡିକ ପକ୍ଷରୁ ଆରମ୍ଭ କରାଯାଇଥିବା ମୋଦୀ ହଟାଓ ଅଭିଯାନ ଏକ ପ୍ରକାର ଅସଫଳ ପ୍ରମାଣିତ ହୋଇଛି। ମହାମେଣ୍ଟ ଏନ୍ଡ଼ିଏକୁ ହରେଇବାରେ ସଫଳ ହୋଇ ପାରିନାହିଁ। ବିରୋଧୀ ଦଳଗୁଡିକ ପକ୍ଷରୁ ଅନେକ ଆରୋପ ଦୋଷାରୋପ କରାଯାଇଥିଲେ ମଧ୍ୟ ଲୋକମାନେ ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଉପରେ ଭରସା କରିଛନ୍ତି।

ଟାଇମ୍ସ ନାଓ ଏକଜିଟ ପୋଲ ଅନୁଯାୟୀ, ଏନ୍ଡ଼ିଏକୁ ୫୪୨ଟି ଆସନ ମଧ୍ୟରୁ ୩୦୬ଟି ଆସନ ମିଳିବ ଯାହା ଯାହା ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ଠାରୁ ଅଧିକ। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ବଡ ଝଟକା ଲାଗିଛି। ମାତ୍ର ୧୩୨ ସିଟ ସହ ସନ୍ତୁଷ୍ଟ ହେବାକୁ ପଡିବ। । ଅନ୍ୟ ଦଳ ଗୁଦିକ ୧୦୪ଟି ଆସନ ଅକ୍ତିଆର କରିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ସି-ଭୋଟର ଏକଜିଟ ପୋଲରେ ମଧ୍ୟ ବିଜେପି ୧୨୮ଟି ଆସନ ଅକ୍ତିଆର କରି ଆଗରେ ରହିଥିବା ବେଳେ କଂଗ୍ରେସକୁ ୧୨୮ଟି, ମହାମେଣ୍ଟକୁ ୪୦ ଓ ଅନ୍ୟ ସବୁକୁ ୮୭ଟି ଆସନ ମିଳିବ ନେଇ ଅନୁମାନ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories