ବିରୋଧୀଙ୍କ ଅଙ୍କ ଭୁଲ୍‌ -ବାଜି ମାରିଲା ଶାସକ ଦଳ ୭୬୬ ଜୋନ୍‌ ସହ ବିଜେଡିର ରେକର୍ଡ

ଭୁବନେଶ୍ବର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଫଳ ଘୋଷଣା ହୋଇଛି। ଅପ୍ରତ୍ୟାଶିତ ଜନସମର୍ଥନ ସହିତ ବିଜେଡ଼ି ଜିଲା ପରିଷଦ ଜୋନ୍‌ ହାସଲ କରିବାରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ବିରୋଧୀ ବିଜେପି ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ରାଜ୍ୟରେ ଜାତୀୟ ଦଳର ବିପର‌୍ୟ୍ୟୟ ଘଟିଥିବାବେଳେ ମୟୂରଭଞ୍ଜରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ) ତିନୋଟି ଜିଲା ପରିଷଦ ଆସନ ହାତେଇବାରେ ସଫଳ ହୋଇଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଘୋଷିତ ୮୫୧ ଜିଲା ପରିଷଦ ଆସନ ମଧ୍ୟରୁ ୭୬୬ଟିରେ ବିଜେଡି ବିଜୟୀ ହୋଇଛି। ବିଜେପିକୁ ୪୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ୩୭ଟି ଆସନରେ ସୀମିତ ରହିଛି। କୋଟିଆ ପ୍ରସଙ୍ଗରେ ସବୁ ଦଳ ଏକାଠି ହୋଇ ପ୍ରାର୍ଥୀ ଦେଇଥିଲେ ମଧ୍ୟ କୋରାପୁଟର ପଟ୍ଟାଙ୍ଗୀ-ଏକ ନମ୍ବର ଜୋନରୁ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହେବା ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି କରିଛି। ତେବେ ନବରଙ୍ଗପୁରର ନନ୍ଦାହାଣ୍ଡି ୧ନମ୍ବର ଜୋନରୁ ଦିବ୍ୟଦାନ ସୁନା ଓ ନୟାଗଡର ଖଣ୍ଡପଡା ୨ନମ୍ବର ଜୋନରୁ ସ୍ବାଧୀନ ପ୍ରାର୍ଥୀ ଉଜ୍ବଳା ମହାରଣା ବିଜୟୀ ହୋଇଛନ୍ତି।
ଅନ୍ୟପକ୍ଷରେ ମୟୂରଭଞ୍ଜର ବିଜତାଲ ୨ନମ୍ବର ଜୋନରୁ ମୀନା ସୋରେନ୍, ବିଶୋଇ ୧ନମ୍ବର ଜୋନରୁ ଶୀତଳ କିସ୍କୁ ଏବଂ ବିଶୋଇ-୨ନମ୍ବର ଜେନାରୁ ବିଧୁସ୍ମିତା ଦେଓ ଜିତିଥିବାବେଳେ ସୁନ୍ଦରଗଡ଼ କୋଇଡା ୧ନମ୍ବର ଜୋନରୁ ସୁଶିଳା ମୁଣ୍ଡା ବିଜୟୀ ହୋଇଛନ୍ତି। ରାଜ୍ୟରେ ମୋଟ ୮୫୩ଟି ଜିଲା ପରିଷଦ ଆସନ ଥିବା ବେଳେ ୮୫୧ଟି ପାଇଁ ଭୋଟ୍ ଗ୍ରହଣ ହୋଇଥିଲା।

prayash

ବରଗଡ଼ ଜିଲା ଅମ୍ବାଭୋନାର ଏକ ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଥିବାବେଳେ କେନ୍ଦୁଝରର ଘସିପୁରାରେ ଏକ ଜିଲା ପରିଷଦ ଆସନରେ ଭୋଟ୍‌ ଗ୍ରହଣ କରାଯାଇ ନାହିଁ। ଏଠାରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବାରୁ ଭୋଟ୍ ଗ୍ରହଣକୁ ବନ୍ଦ ରଖାଯାଇଛି।
ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୩୦ଟି ଜିଲାର ୩୧୪ଟି ବ୍ଳକ୍‌ର ୮୫୧ଟି ଜିଲା ପରିଷଦ ଜୋନ୍‌ରେ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା। ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଛି। ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍‌ ମିଳିଛି। ସ୍ୱାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଜେଏମଏମ ଓ ସିପିଆଇଏମ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍‌ ପାଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୯୭, କଂଗ୍ରେସ ୬୦ ଓ ଅନ୍ୟାନ୍ୟ ପ୍ରାର୍ଥୀ ୧୬ଟି ଆସନରେ ଜିତିଥିଲେ। ମାତ୍ର ଚଳିତଥର ସବୁ ଅଙ୍କ ଓଲଟପାଲଟ କରି ବିଜେଡ଼ି ବାଜି ମାରି ନେଇଛି।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିଛନ୍ତି। ୨୨ ବର୍ଷର ରାଜନୈତିକ ଅଧ୍ୟାୟରେ ଏହି ସଫଳତା ବିରଳ। ଖାଲି ଆସନ ନୁହେଁଟ୍ଟ ବରଂ ଦଳର ଭୋଟ୍ ହାର ମଧ୍ୟ ୫୦ ପ୍ରତିଶତ ଅତିକ୍ରମ କରିଛି। ଯାହାକି ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ ଅଧିକ ରହିଥିବା ଜଣାପଡିଛି।
ବଡ କଥା ହେଉଛି, ବିଜେପିର ଭୋଟ୍ ହାର ଏଥର ୩୦ ପ୍ରତିଶତକୁ ଖସିଛି। ୧୦ଟି ଜିଲାରେ ବିଜେପି ଖାତା ଖୋଲିନି। ଗୋଟିଏ ବି ଜିଲାରେ ଦଳର ଆସନ ଦୁଇ ଅଙ୍କ ବି ଛୁଇଁନି। ୨୦୧୭ରେ ଦଳ ୮ଟି ଜିଲାରେ ପରିଷଦ ଗଠନ କରିଥିଲେ ବି ଏଥର କୌଣସି ଜିଲାରେ ଏହି ସଫଳତା ଦଳ ପାଇନାହିଁ।
ସେହିଭଳି କଂଗ୍ରେସ ମାତ୍ର ୧୪ ପ୍ରତିଶତ ଭୋଟ୍ ସହ ୩୭ ଆସନରେ ସୀମିତ ରହିଛି। ଯଦିଓ ୨୦୧୭ ତୁଳନାରେ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇଛିଟ୍ଟ ମାତ୍ର ଆସନ ହରାଇବା ହାରରେ କଂଗ୍ରେସ, ବିଜେପି ଠାରୁ ଭଲ ପ୍ରଦର୍ଶନ କରିଛି। ୧୮ ଜିଲାରେ ଦଳ ଖାତା ଖୋଲିନି। କେବଳ କୋରାପୁଟରେ ଜିଲା ପରିଷଦ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିଛି।

kalyan agarbati

Comments are closed.