www.samajalive.in
Sunday, December 7, 2025
14.1 C
Bhubaneswar

ଦରଦାମ ବୃଦ୍ଧି ନେଇ ବିଜେଡିର ପ୍ରତିବାଦ

ନବରଙ୍ଗପୁର/ପାପଡାହାଣ୍ଡି: ଦର ଦାମ ବୃଦ୍ଧିରେ ଲାଗୁନି ଲଗାମ, ଅହେତୁକ ଭାବେ ବଢି ଚାଲିଛି ଦରଦାମ । ଯାହାକୁ ନେଇ ରାଜ୍ୟ ବିଜେଡିର ଡାକରାରେ ଆଜି ସାରା ରାଜ୍ୟରେ ମହିଳା ବିଜେଡି ଦଳ ତରଫରୁ ବିକ୍ଷୋଭ ଓ ପ୍ରତିବାଦ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପ୍ରତିବାଦ କରିଛି । ଏହି ପରିପ୍ରେକ୍ଷୀରେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ମହିଳା ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ଘେରାଉ କରିବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜି ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ବାହାରି କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ମନ ଦେଇ ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ନିକଟରେ ପହଞ୍ଚି ଏକ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା, ଏହି ସଭାକାର୍ୟ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟ ବିଜେଡି ମହିଳା କାର୍ୟ୍ୟକାରୀ ସଭାପତି ନିବେଦିତା ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ପୂର୍ବତନ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ତୈଳ ଜାତ ଦ୍ରବ୍ୟଠାରୁ ଆରମ୍ଭ କରି ପନିପରିବା ସହ ପ୍ରତି କ୍ଷେତ୍ରରେ ଦରଦାମ ଅହେତୁକ ବଢିଥିବା ବେଳେ କେନ୍ଦ୍ର ସରକାରଙ୍କ ଏଥିପ୍ରତି ତିଳେମାତ୍ର ନିଘା ନ ଥିବା ଦର୍ଶାଇ ବିଜେପି ସରକାର ଉପରେ ବର୍ଷୀଥିଲେ । ଆଛେ ଦିନର ନାରା ଦେଇଥିବା ସରକାରଙ୍କୁ ଆସିଥିବା ମୋଦି ସରକାରଙ୍କ ଦରଦାମ ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ମହିଳା ବିଜୁ ଜନତା ଦଳ ତରଫରୁ ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories