କଖଡି ଓ ଘଣ୍ଟିଖାଲରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗୁରୁଡିଝାଟିଆ: ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦ ଜୋନ ନଂ ୩ ଅନ୍ତର୍ଗତ ଘଣ୍ଟିଖାଲ ଓ କଖଡି ପଞ୍ଚାୟଚରେ ଜନସମ୍ପର୍କ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘଙ୍କ ନେତୃତ୍ୱରେ କଖଡିରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କଖଡି, ମହାଳପଡାର ପ୍ରତ୍ୟେକ ସାହିରେ ଭଷ୍ଟ୍ରାଚାରୀ ସରକାରଙ୍କ ଦୁର୍ନୀତି, ମିଛ ପ୍ରତିଶ୍ରୁତି ଓ କୃଷକ, ଶ୍ରମିକ ମାରଣ ନୀତି ବିରୋଧରେ ସଜାଗ ହେବା ପାଇଁ ନାରା ଦିଆଯାଇଥିଲା । କଖଡି ସରପଞ୍ଚ କଳ୍ପନା ଛତାର, ପଞ୍ଚାୟତ ସଭାପତି ରଞ୍ଜନ କୁମାର ମୁଦୁଲି, ପ୍ରାଥମିକ ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ମହାନ୍ତି, ନରେନ୍ଦ୍ର ସାହୁ, ଦିଲ୍ଲିପ କୁମାର ଛତାର, ଶେଷଦେବ ମୁଦୁଲି, ରଞ୍ଜନ କୁମାର ମୁଦୁଲି, ନାରୀନେତ୍ରୀ ବାସନ୍ତୀ ରାଉଳ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଘଣ୍ଟିଖାଲ ପଞ୍ଚାୟତରେ ସରପଞ୍ଚ ସୁଜାତା ମଞ୍ଜରୀ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ସନ୍ତୋଷ କୁମାର ବେହେରା, ରବୀନ୍ଦ୍ର ବରାଳ, ସବିତା ସ୍ୱାଇଁ, ସରୋଜ ପ୍ରଧାନଙ୍କ ସହିତ ଆଗଧାଡିର ବିଜେଡି କର୍ମୀମାନେ ଯୋଗଦେଇଥିଲେ।

Comments are closed.