ବିଜେବି କଲେଜରେ ଛାତ୍ର ଅଶାନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଅଟକ ଛାତ୍ରକୁ ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ଅଶାନ୍ତି ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣକୁ ମାରପିଟ ସହିତ ଜଣେ ଅଟକ ରହିଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଛାତ୍ରକୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁସାରେ ଦୁଇ ଛାତ୍ରଗୋଷ୍ଠୀ ନିଜ ସମର୍ଥକ ସୃଷ୍ଟି କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମକର୍ତ୍ତା ନିଜ ଦଳରେ ସାମିଲ ପାଇଁ ବିଜେବି କଲେଜ ଛାତ୍ରଛାତ୍ରୀଙ୍କୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ଅନ୍ୟ ଏକ ରାଜନୈତିକ ଦଳର ଛାତ୍ରଗୋଷ୍ଠୀ ବିରୋଧ କରୁଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ ଜଣେ ଛାତ୍ରକୁ ହଷ୍ଟେଲ ରୁମରେ ଅଟକ ରଖିଥିଲେ।

ଖବର ପାଇ ପୁଲିସ ବିଜେବି କଲେଜରେ ପହଞ୍ଚି ଅଟକ ଛାତ୍ରକୁ ଉଦ୍ଧାର କରିଥିଲେ। ବିଜେବି କଲେଜର ପ୍ରାଧ୍ୟାପକ ଶୁଭଜିତ ରାଉଳ କହିଛନ୍ତି ଯେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସମ୍ପର୍କରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.