ବିଟ୍‍ କଏନ୍‍ ଚୋରି

0

ନୂଆଦିଲ୍ଲୀ: ୨୦ କୋଟି ଟଙ୍କାର ୪୪୦ଟି ବିଟ୍‍ କଏନ୍‍ ଚୋରି ହୋଇଯାଇଛି। ଏହାପରେ ଡିଜିଟାଲ୍‍ କରେନ୍ସି ବା କ୍ରିପ୍ଟୋକରେନ୍ସିର ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠିଛି। ୱାଲେଟ୍‍ ହ୍ୟାକ୍‍ କରି ଏହି ଚୋରି ହୋଇଥିବା ଏକ୍ସଚେଞ୍ଜ ଫାର୍ମ ସୂଚନା ଦେଇଛି। ଏହି ଘଟଣାରେ ଆଇଟି ଆଇନ୍‍ ଧାରା ୬୬ ଓ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦିଲ୍ଲୀ ପୁଲିସର ସାଇବର ସେଲ୍‍ ଅଧିକାରୀ କହିଛନ୍ତି। ସୋମବାର ଏ ସମ୍ପର୍କରେ ସୂଚନା ମିଳିଥିଲା। ଏ ପର୍ଯ୍ୟନ୍ତ ହ୍ୟାକରଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଜଣାପଡ଼ିଛି।

Leave A Reply