www.samajalive.in
Monday, December 15, 2025
24.1 C
Bhubaneswar

ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ

ହୀରାକୁଦ : ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପକ୍ଷୀ ଗଣନା ଶୁକ୍ରବାର ଶେଷ ହୋଇଛି। ଚଳିତ ବର୍ଷ ହୀରାକୁଦ ଡ୍ୟାମକୁ ୨୦ଟି ନୂଆ ପ୍ରଜାତିର ପକ୍ଷୀ ଆସିଛନ୍ତି। ଏବର୍ଷ ହୀରାକୁଦକୁ ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ ଆସିଛନ୍ତିା ଗତବର୍ଷ ହୀରାକୁଦକୁ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ଆସିଥିଲୋ
ସୂଚନା ଯୋଗ୍ୟ ଜାନୁଆରୀ ୮ରୁ ସୋମବାର ଠାରୁ ହୀରାକୁଦରେ ଆରମ୍ଭ ହୋଇଥିଲା ପକ୍ଷୀ ଗଣନା। ହୀରାକୁଦ ୱାଇଲ୍ଡ ଲାଇଭ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯାଇଥିଲା। ଡ୍ୟାମର ୫ଶହ ବର୍ଗ କି.ମି ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ କରାଯାଇଥିଲା। ପକ୍ଷୀ ଗଣନା ପାଇଁ ୩୨ଟି ଟିମ୍‌‌ରେ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ବନ ବିଭାଗ ମଧ୍ୟ ସାମିଲ ହୋଇଥିଲେ। ଗଣନା ହୀରାକୁଦ ଡ୍ୟାମରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ବୋଲି ଡିଏଫଓ ସୂଚନା ଦେଇଥିଲେ। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।  ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍‌‌ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଥିଲା। ଗତବର୍ଷ ୧୦୮ ପ୍ରଜାତିର ୩ଲକ୍ଷ ୧୬ହଜାର ବିଦେଶୀ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories