www.samajalive.in
Saturday, December 6, 2025
15.1 C
Bhubaneswar

ଶୋକାକୂଳ ପରିବେଶରେ ବିଡ଼ିଓଙ୍କ ଶେଷକୃତ୍ୟ: ସ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ବାଲେଶ୍ୱର: ଶୋକାକୂଳ ପରିବେଶ ମଧ୍ୟରେ ଶେଷ ହୋଇଛି ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ। ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିଜ ଗାଁ ମଶାଣିରେ ବିଡ଼ିଓଙ୍କ ସଂସ୍କାର ସମ୍ପନ୍ନ ହୋଇଛି। ହେଲେ ଶେଷକୃତ୍ୟ ପରେ ସ୍ତ୍ରୀ ନିବେଦିତା ରାଉତ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୋ ସ୍ୱାମୀ ବିଡ଼ିଓ ଥିଲେ, ହେଲେ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ସାମିଲ ହେଲେ ନାହିଁ। କାହିଁକି ସାମିଲ ହେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ବିଶ୍ୱରଞ୍ଜନଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ। ପୂର୍ବରୁ ବିଡ଼ିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ପୁଅକୁ ଛୁଟି ଜିଲାପାଳ ଛୁଟି ଦେଉନଥିବା କହିଲେ ବାପା । ଏଥିପାଇଁ ମାନସିକ ଚାପରେ ରହୁଥିବା ଅଭିଯୋଗ ଆଣିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories