ନକଲି ଚାଲାଣ ରୋକିବାକୁ ଲାଗୁ ହେବ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ ବ୍ୟବସ୍ଥା

ଡେସ୍କ: ସମସ୍ତ ଇସ୍ପାତ, ଲୁହା ଓ ଆଲୁମିନିୟମ ତିଆରି ଦୁଗ୍ଧ କ୍ୟାନ୍ ଉପରେ ୧୨ ପ୍ରତିଶତ ସାମଗ୍ରୀ ଓ ସେବା କର – ଜିଏସଟି ଲାଗୁ କରିବାକୁ ଜିଏସଟି ପରିଷଦ ସୁପାରିସ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ୫୩ତମ ଜିଏସଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ଲାଟଫର୍ମ ଟିକେଟ ବିକ୍ରି, ରିଟାୟରିଂ ରୁମ୍ ଏବଂ ୱେଟିଂ ରୁମର ସୁବିଧା ଏବଂ ବ୍ୟାଟେରୀ ଚାଳିତ କାର ସେବା ସମେତ ସାଧାରଣ ଲୋକଙ୍କୁ ଭାରତୀୟ ରେଳବାଇ ପ୍ରଦାନ କରୁଥିବା ସେବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ। ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ସେଓ ଉତ୍ପାଦନକାରୀଙ୍କୁ ଫାଇଦା ଦେବା ପାଇଁ ପରିଷଦ ସମସ୍ତ ପ୍ରକାର କାର୍ଟୁନ ବକ୍ସ ଉପରେ ୧୨ ପ୍ରତିଶତ ସମାନ ଜିଏସଟି ହାର ସୁପାରିସ କରିଛି।

ପ୍ରାକ-ବଜେଟ୍ ବୈଠକରେ ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବି କଲା ଓଡ଼ିଶା

ନିର୍ମଳା ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ସର୍ବଭାରତୀୟ ଭିତ୍ତିରେ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଦ୍ୱାରା ନକଲି ଚାଲାଣ ଜରିଆରେ ହେଉଥିବା ଜାଲିଆତି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଦାବିର ମୁକାବିଲା କରିବାରେ ସରକାରଙ୍କୁ ସହାୟକ ହେବ। କ୍ଷୁଦ୍ର ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ପରିଷଦ ଏପ୍ରିଲ ୩୦ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଫର୍ମ ଜିଏସଟିଆର-୪ରେ ବିବରଣୀ ଏବଂ ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ବୃଦ୍ଧି କରିବାକୁ ସୁପାରିସ କରିଛି।

ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଜିଏସଟି କାଉନସିଲ ଜିଏସଟି ଆଇନର ଧାରା ୭୩ ଅଧୀନରେ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ ପାଇଁ ସୁଧ ଏବଂ ଜରିମାନା ଛାଡ଼ କରିବାକୁ ସୁପାରିସ କରିଛି। ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଧାରା ୭୩ ଅନୁଯାୟୀ ଜାରି କରାଯାଇଥିବା ସମସ୍ତ ନୋଟିସ୍ ପାଇଁ ପରିଷଦ ଡିମାଣ୍ଡ ନୋଟିସ୍ ଉପରେ ସୁଧ ଓ ଜରିମାନା ଛାଡ଼ କରିବାକୁ ସୁପାରିସ କରିଛି।

Comments are closed.