Other Links

ଆମ ଓଡ଼ିଶା

ଉତ୍କଳମଣିଙ୍କ ଜୟନ୍ତୀ ପାଳିତ: ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି:ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ: ପ୍ରଣମ୍ୟ ଗୋପବନ୍ଧୁ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତ୍ୟାଗ, ସେବା, ସଂଗ୍ରାମ ଓ ସାଧନାର...

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଆଜି ବିଜେପି କୋର କମିଟି ବୈଠକ

ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।...

ଦେଶବିଦେଶ

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ...

ଏନ୍‌ଡିଏ ଆସନ ବୁଝାମଣାରେ ଚିରାଗ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ...

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
26.7 C
Bhubaneswar

ସମ୍ବଲପୁର ସହରରେ ବାୟୋ ଟୟଲେଟ ଯୋଜନା ବିଫଳ 

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ତଥା ସ୍ମାର୍ଟ ସିଟିର ଦୌଡରେ ସାମିଲ ହେବା ପାଇଁ ପ୍ରସ୍ତୁତିରତ ସହର ହେଉଛି ସମ୍ବଲପୁର। ଜନତାଙ୍କ ଦ୍ୱାରା ଦାଖଲ କରାଯାଉଥିବା କୋଟି କୋଟି ଟଙ୍କାର ବିନିଯୋଗରେ ଏବେ ସମ୍ବଲପୁର ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶିକ୍ଷାର ମାନଚିତ୍ରରେ ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଥିବା ସମ୍ବଲପୁର ଏବେ ମହାନଗର ନିଗମର ମାନ୍ୟତା ମଧ୍ୟ ପାଇସାରିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ପ୍ରାୟ ୪ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଏହି ସହରରେ ହାତଗଣତିର ଅସ୍ୱାସ୍ଥ୍ୟକର ପରିବେଶଯୁକ୍ତ ପରିଶ୍ରାଗାର ରହିଛି। ପ୍ରାୟ ଦୁଇ ଦଶକ ତଳେ ସହରର ବହୁ ସ୍ଥାନରେ ପରିସ୍ରାଗାର ରହିଥିବା ବେଳେ ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ସହରର ବହୁସ୍ଥାନରେ ପଡାବାସୀ ମାନଙ୍କୁ ଧ୍ୟାନରେ ରଖି ବିଭିନ୍ନ ପଡା ମାନଙ୍କରେ ସୁଲଭ ଶୌଚାଳୟର ନିର୍ମାଣ କରାଯାଇଛି। କିନ୍ତୁ ସାର୍ବଜନୀନ ସ୍ଥାନ ମାନଙ୍କରେ ପରିସ୍ରାଗାର ପ୍ରତି ଧ୍ୟାନ ଦେବାକୁ ପ୍ରଶାସନ ଭୁଲିଯାଇଛି। ପୁର୍ବରୁ ଥିବା ପରିଶ୍ରାଗାରଗୁଡିକ ମଧ୍ୟରୁ କିଛିକୁ ପୁର୍ବତନ ମ୍ୟୁନିସିପାଲଟୀ ପକ୍ଷରୁ ଭଙ୍ଗାଯାଇ ଦୋକାନ ଘର ନିର୍ମାଣ କରି ଭଡାରେ ଲଗାଯାଇଥିବା ବେଳେ ଆଉ କିଛିକୁ ଜବରଦଖଲକାରୀ ଦଖଲ କରି ରହିଛନ୍ତି।

ସମ୍ବଲପୁରର ପ୍ରମୁଖ ପ୍ରବେଶ ପଥ ଅଇଁଠାପାଲୀ ଛକ ହେଉ କି ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଧନୁପାଲୀ ଛକ, ମୋଦିପଡା ଛକ, ଜିଏମ କଲେଜ ଛକ, କ୍ଷେତରାଜପୁର ଛକ, ନେଲସନ ମଣ୍ଡେଲା ଛକ, ଗୋଲବଜାର, ବୀର ସୁରେନ୍ଦ୍ର ସାଏ ମାର୍ଗ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଛକ ଗୁଡିକ ପର୍ଯ୍ୟନ୍ତ ଗୋଟିଏ ବି ପରିସ୍ରାଗାରର ନିର୍ମାଣ କରାଯାଇ ନାହିଁ। ପ୍ରାୟ ୫ ବର୍ଷ ପୁର୍ବେ ବିଭିନ୍ନ କମ୍ପାନୀର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ କିଛି ସ୍ଥାନରେ ବାୟୋ ଟୟଲେଟର ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ଦିନରୁ ସେଗୁଡିକରେ ପ୍ରାୟତଃ ତାଲା ଝୁଲି ରହିଥିବା ବେଳେ କିଛି ବାୟୋ ଟୟଲେଟ ଦିନ ବେଳା ଖୋଲା ରହୁଛି ଏବଂ ରାତ୍ରି ସମୟରେ ତାଲା ପକାଯାଉଛି। ବହୁ ବାୟୋ ଟୟଲେଟର କୌଣସି ଖୋଜଖବର ନ ଥିବା ବେଳେ ଆଉ କେତେ ପରିତ୍ୟକ୍ତ ଅବସ୍ଥାରେ ରାସ୍ତା କଡରେ ଗଡୁଛି। ପଶ୍ଚିମ ଓଡିଶାର ପ୍ରମୁଖ ସହର ହୋଇଥିବାରୁ ସହରକୁ ପ୍ରତିଦିନ ସହସ୍ରାଧିକ ବ୍ୟକ୍ତି ବିଭିନ୍ନ କାର୍ୟ୍ୟ ପାଇଁ ଆସିଥାନ୍ତି। ଏବେ କରୋନା ପାଇଁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସରକାର ଜନତାଙ୍କୁ ଆହ୍ୱାନ କରୁଛନ୍ତି। କିନ୍ତୁ ସହରରେ ପରିଶ୍ରାଗାର ର ଅତ୍ୟନ୍ତ ମରୁଡି ପଡିଥିବାରୁ ଲୋକେ ପରିସ୍ରା ଅଥବା ଶୌଚ ପାଇଁ ଏଣେ ତେଣେ ଦୌଡି ନୟାନ୍ତ ହେବା ପାଇଁ ବାଧ୍ୟ ହେଉଛନ୍ତି।

- Advertisement -

ସମ୍ବଲପୁରର କେନ୍ଦ୍ର ସ୍ଥଳୀ ଲକ୍ଷ୍ମୀ ଟକିଜ ଛକରେ ଅବସ୍ଥିତ ସରକାରୀ ବସଷ୍ଟାଣ୍ଡରେ ଏହି ଅବସ୍ଥା ବହୁ ସାଂଘାତିକ ପରିସ୍ଥିତ ରହିଛି। ବହୁ ବର୍ଷ ହେଲା ବସ ଷ୍ଟାଣ୍ଡରେ ଶୌଚାଳୟ ଅଥବା ପରିସ୍ରାଗାର ର ବିଶେଷ ସୁବିଧା ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି ମହିଳା ଯାତ୍ରୀ ମାନଙ୍କ ଅବସ୍ଥା ନ କହିବା ଭଲ। ମାତ୍ର ୪ଟି ବାୟୋ ଟୟଲେଟ ଲଗାଯାଇଥିବା ବେଳେ ତାହା ମଧ୍ୟ ଯାତ୍ରୀ ଆବଶ୍ୟକତାକୁ ପୁରଣ କରିବାରେ ଅସମର୍ଥ। ଏହା ସହ ପରିସ୍କାର ପରିଚ୍ଛନ ରହୁ ନ ଥିବାରୁ ବିଶେଷ କରି ମହିଳା ଯାତ୍ରୀ ମାନେ ସଂକ୍ରମଣ ଭୟ ଯୋଗୁଁ ଏ ଗୁଡିକୁ ବ୍ୟବହାର କରିବା ପାଇଁ ପସନ୍ଦ କରୁ ନାହାନ୍ତି ଏବଂ ଖୋଲାରେ ଶୌଚ ପାଇଁ ବାଧ୍ୟ ହେଉଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ସରକାରୀ ବସ ଷ୍ଟାଣ୍ଡରେ ବସ ରହୁଥିବା ସ୍ଥାନର ଠିକ ପଛ ପାଖରେ ଲୋକେ ବାଧ୍ୟ ହୋଇ ପରସ୍ରା ଓ ଝାଡା ଫେରୁଛନ୍ତି। ଏଣୁ ଉପାୟଶୂନ୍ୟ ଯାତ୍ରୀ ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶରେ ଯାତ୍ରୀ ବସ ଷ୍ଟାଣ୍ଡରୁ ବସ ଯୋଗେ ଯାତାୟାତ କରିବା ପାଇଁ ମଜବୁର ହେଉଛନ୍ତି।

ନିଗମ ଅଞ୍ଚଳକୁ ଓପନ ଡେଫିକେସନ ଫ୍ରି ବୋଲି ଘୋଷଣା କରାଯାଇଥିବା ବେଳେ କିନ୍ତୁ ବାସ୍ତବ କ୍ଷେତ୍ରର ଚିତ୍ର ଘୋଷଣା ଠାରୁ ସମ୍ପୁର୍ଣ୍ଣ ଭିନ୍ନ। ମହାନଗର ନିଗମ ଅଞ୍ଚଳରେ ୫୦ରୁ ଉର୍ଦ୍ଧ ପ୍ରସ୍ତାବିତ ଶୌଚାଳୟ ଓ ବାୟୋଟୟଲେଟର ବ୍ୟବସ୍ଥା ରହିଛି। ଏଥି ମଧ୍ୟରୁ ୩୦ରୁ ଶୌଚାଳୟ ଓ ବାୟୋଟୟଲେଟ କାର୍ୟ୍ୟକ୍ଷମ ଥିବାର ଜଣାପଡିଛି। ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ଶୌଚାଳୟ ଗୁଡିକ ସେହି ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହେଉଛି। ସାର୍ବଜନୀନ ସ୍ଥାନରେ ଏବେ ମଧ୍ୟ ଶୌଚାଳୟର ଘୋର ଅଭାବ ରହିଛି ଏବଂ ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି ସଚେତନ ନାଗରିକ ମହଲରୁ ଦାବି ହେଉଛି।

Hot this week

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ...

ଏନ୍‌ଡିଏ ଆସନ ବୁଝାମଣାରେ ଚିରାଗ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ...

ଉତ୍କଳମଣିଙ୍କ ଜୟନ୍ତୀ ପାଳିତ: ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି:ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ: ପ୍ରଣମ୍ୟ ଗୋପବନ୍ଧୁ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତ୍ୟାଗ, ସେବା, ସଂଗ୍ରାମ ଓ ସାଧନାର...

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

Related Articles

Popular Categories