www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଦୂର ଓ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗଳକାମନା କରି ଯାତ୍ରା ଅଭିନେତ୍ରୀଙ୍କ ହୋମ ଯଜ୍ଞ

ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ ଚର୍ଚାରେ ଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କରୋନା ଦୂର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳକାମନା କରି ହୋମ ଯଜ୍ଞ କରିଛନ୍ତି । ରାଣୀଙ୍କ ହୋମଯଜ୍ଞ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଖଣ୍ଡଗିରି ଯାତ୍ରାରେ ନୃତ୍ୟକୁ ନେଇ ଏକଦା ବିବାଦୀୟ ରାଣୀ ପ୍ରଥମ ଓ ବୋଧହୁଏ ଏକମାତ୍ର ଯାତ୍ରା ଅଭିନେତ୍ରୀ ଭାବରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଏହାପରେ ଯାତ୍ରା କଳାକାର-ମାଲିକଙ୍କ ବିବାଦରେ ମୁହଁ ଖୋଲି ସେ ଅଧିକ ପାଉଣା ପାଉଥିବା ଯାତ୍ରା କଳାକାରମାନେ ଅନ୍ୟ କନିଷ୍ଠ କଳାକାରଙ୍କୁ ସହାୟତା ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ନିକଟରେ କର୍କଟପୀଡ଼ିତ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଓ ସିନେ ତାରକା ବିଜୟ ମହାନ୍ତିଙ୍କ ନିଜ ସାମର୍ଥ୍ୟ ଅନୁସାରେ ସହାୟତା ପ୍ରଦାନ ଚର୍ଚାରେ ଥିଲେ ।

- Advertisement -

ତେବେ ମଙ୍ଗଳବାର ସେ ଭିନ୍ନ ପ୍ରସଙ୍ଗ ନିମନ୍ତେ ଚର୍ଚାରେ ଅଛନ୍ତି । ରାଜ୍ୟରୁ କରୋନା ଦୂର କରିବା ଏବଂ କରୋନା ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳକାମନା କରି ସେ ହୋମଯଜ୍ଞ କରିଛନ୍ତି । ସୁବ୍ୟବସ୍ଥିତ ଭାବରେ ରଥଯାତ୍ରା ଆୟୋଜନ କରିବା ଯୋଗୁଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories