www.samajalive.in
Saturday, December 6, 2025
19.1 C
Bhubaneswar

କୋର୍ଟ ମଧ୍ୟରୁ ବିଚାରପତିଙ୍କ ସିଲ ଚୋରି ଘଟଣା; ଟାଉନ ଥାନାରେ ମାମଲା ରୁଜୁ

ସମ୍ବଲପୁର: ଅତି ସମ୍ବେଦନଶୀଳ ତଥା ବ୍ୟାପକ ସୁରକ୍ଷା ଘେରରେ ରହୁଥିବା କୋର୍ଟ ପରିସର ମଧ୍ୟରୁ ଜଣେ ବିଚାରପତିଙ୍କ ସିଲ ଚୋରି ହୋଇଥିବା ଘଟଣା ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଇତି ମଧ୍ୟରେ ମଙ୍ଗଳବାର ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ବ୍ୟାପକ ସୁରକ୍ଷା ଘେରରେ ରହିଥିବା ତଥା ଜିଲା ପୁଲିସ ମୁଖ୍ୟାଳୟର ସମ୍ମୁଖରେ ଥିବା ସମ୍ବଲପୁର କୋର୍ଟ ପରିସର ମଧ୍ୟରୁ ଜଣେ ବିଚାରପତିଙ୍କର କୋର୍ଟ ମଧ୍ୟରୁ ସିଲ ଚୋରି ହୋଇଯାଇଛି। ଏହି ସିଲ ଚୋରି କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ସ୍ଥାନରୁ ଚୋରି ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ସିଲ ଜାଲ କାଗଜପତ୍ର କରିବା ପାଇଁ ଚୋରି ହୋଇଛି ବୋଲି ଚର୍ଚ୍ଚା ହେଉଛି। ପରେ ସିସିଟିଭି ଯାଞ୍ଚ ପରେ ସିଲ ଚୋରିର ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିବାରୁ ଘଟଣା ସର୍ମ୍ପକରେ ଜଣାପଡିଥିଲା।

ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏକ ମଦ ଚାଲାଣ ମାମଲାରେ ଜଣେ ଯୁବକଙ୍କୁ ସମ୍ବଲପୁରର ଏକ ଥାନାର ପୁଲିସ ଗିରଫ କରିଥିଲା। ଏହା ସହିତ ଅଭିଯୁକ୍ତର ବାଇକକୁ ମଧ୍ୟ ପୁଲିସ ଜବତ କରିଥିଲା। ଅଭିଯୁକ୍ତର ଜବତ ବାଇକକୁ କୋର୍ଟରୁ ଛାଡ କରିବା ପାଇଁ କାଗଜପତ୍ର ଦିଆଯିବା ସମୟରେ ଥାନାର ନାମ ଭୁଲ ଥିବାରୁ ତ୍ରୁଟି ସଂଶୋଧନ କରାଯାଇଥିଲା ଏବଂ ବିଚାରପତିଙ୍କ ସିଲ ମରାଯିବା ପାଇଁ ଖୋଜା ଯିବାରୁ ଘଟଣାଟି ଜଣାପଡିଥିଲା।

- Advertisement -

ଏଣୁ ତୁରନ୍ତ ସିସିଟିଭି ଯାଞ୍ଚ କରାଯାଇ ଘଟଣା ସର୍ମ୍ପକରେ କର୍ତ୍ତୃପକ୍ଷ ଅବଗତ ହୋଇଥିଲେ। କିନ୍ତୁ ଘଟଣାଟି ସୋମବାର ସନ୍ଧ୍ୟାରେ ଜଣାପଡିଥିବାରୁ ଟାଉନ ଥାନାରେ ମଙ୍ଗଳବାର ମାମଲା ରୁଜୁ କରାଯାଇଛି ଏବଂ ଘଟଣା ସର୍ମ୍ପକରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ତେବେ କଡା ସୁରକ୍ଷା ବଳୟ ଓ ଜିଲା ପୁଲିସ ମୁଖ୍ୟଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଥିବା ପରିସର ମଧ୍ୟରୁ ସିଲ ଚୋରି ଘଟଣା ସମ୍ବଲପୁର ଜିଲାରେ ପୁଲିସର ସର୍ତକତା ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାକୁ ଜନତା ବାଧ୍ୟ ହେଉଛନ୍ତି। ଏଣୁ ଜିଲାର ସୁରକ୍ଷା ପ୍ରତି ସଚେତନ ଓ ସମ୍ବେଦନଶୀଳ ହେଉ ବୋଲି ଜିଲାବାସୀ ଦାବି କରୁଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories