www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଶାରେ କରୋନା ଚିକିତ୍ସାକୁ ସଫଳତା:କ୍ବାରେଣ୍ଟାଇନ୍‌ ଶେଷ କରିଛନ୍ତି ୭ଲକ୍ଷ ୪୬ହଜାର ୯୮, ଆରୋଗ୍ୟ ହାର ୭୩.୪ ପ୍ରତଶତ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ବେଶ୍‌ ସଫଳତା ମିଳିଛି। ରାଜ୍ୟରେ ସୁସ୍ଥହାର ଅଧିକ ରହିଥିବାବେଳେ ମୃତ୍ୟୁହାର ଅତି କମ୍ ରହିଛି, ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୨୪୩ କୋଭିଡ୍‌ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ୍‌ ଯୋଦ୍ଧାମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି। ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୩.୪ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁହାର ମାତ୍ର ୦.୩୫ ପ୍ରତିଶତ ରହିଛି। ଏହି ଉଭୟ ହାର ଦେଶରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨,୬୫,୪୩୧୮ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୦୬୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୧୮୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୨୫ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୮୪୪ ରହିଛି। ୨୦୮୭ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ସାଢେ ୮ ଲକ୍ଷ ପ୍ରବାସୀ ଆସିଥିବାବେଳେ ସେମାନଙ୍କୁ ୧୬ହଜାର ୮୨୪ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେଥିମଧ୍ୟରୁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଶେଷ କରିଥିବା ୭ଲକ୍ଷ ୪୬ହଜାର ୯୮ଜଣଙ୍କୁ କ୍ବାରେଣ୍ଟାଇନ୍ ଡିସଚାର୍ଜ କରାଯାଇଛି। ଏବେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ମାତ୍ର ଏକ ଲକ୍ଷ ୫ଜହାର ରହିଛନ୍ତି। ୧୪ଦିନିଆ କ୍ବାରେଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀଙ୍କୁ ସରକାରଙ୍କ ପକ୍ଷରୁ ୨ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି। ସାଢ଼େ ୩ ମାସ ହେଲା ଅଦୃଶ୍ୟ ଶତ୍ରୁ ସହିତ ଲଢ଼େଇ ଚାଲିଛି। କରୋନା ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ ହୋଇପଡ଼ିଛି। ରାଜ୍ୟବାସୀ ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସରକାରଙ୍କ ନିୟମ ମାନିବା ଦରକାର ବୋଲି ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ ପ୍ରକାଶ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories