www.samajalive.in
Wednesday, December 10, 2025
16.1 C
Bhubaneswar

ପୁଲିସକୁ ଚାଲେଞ୍ଜ, ୨୫ ବାଇକ ଜବତର ୪ ଦିନ ଭିତରେ ପୁଣି ଏକ ବାଇକ ଚୋରି

ଲକ୍ଷ୍ମୀପୁର : ଚାରିଦିନ ପୂର୍ବେ ୨୫ ମୋଟରସାଇକେଲ ଜବତ କରି ଲକ୍ଷ୍ମୀପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତା’ର ପାରିବା ପଣିଆ ଦେଖାଇ ଥିବାବେଳେ  ଦୁର୍ବୁତ୍ତମାନେ ପୁଣି ଏକ ମୋଟରସାଇକେଲ ଚୋରି କରି ପୁଲିସକୁ ଚାଲେଞ୍ଜ ଦେଇଛନ୍ତି । ଲକ୍ଷ୍ମୀପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ୨୫ ଟି ମୋଟରସାଇକେଲକୁ ବିଭିନ୍ନ ଥାନା ଅଞ୍ଚଳରୁ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଗିରଫ କରିବା ନେଇ ଗତ ୧୩ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଥିଲା ପୁଲିସ । ତେବେ ଏହାର ମାଷ୍ଟର ମାଇଣ୍ଡ କୁ ଧରିବାରେ ସଫଳ ହୋଇ ପାରୁନାହିଁ । ଏବେ ଏହାର ମାତ୍ର ୪ ଦିନ ପରେ ସଦର ମହକୁମା ସ୍ଥିତ ବ୍ଲକ ରୋଡରେ ଥିବା ଏକ ଘର ସମ୍ମୁଖ ଏକ ହିରୋହୋଣ୍ଡା ଗ୍ଲାମର ମୋଟରସାଇକେଲକୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି କରି ନେଇଛନ୍ତି ଦୁର୍ବୁତ୍ତ ମାନେ ।

ମୋଟରସାଇକେଲଟିକୁ ଏକ ଗ୍ୟାରେଜରେ ମରାମତି ପାଇଁ ଦିଆଯାଇଥିବାବେଳେ ଗ୍ୟାରେଜ ମିସ୍ତ୍ରୀ ସମ୍ମୁଖରେ ଏକ ଭଡ଼ା ଘର ରଖିଥିଲେ । ତେବେ ସକାଳେ ଦେଖିବା ବେଳକୁ ତାହା ନଥିଲା । ଏନେଇ ଉଭୟ ମଟରସାଇକଲ ମାଲିକ ଓ ଗ୍ଯାରେଜ ମିସ୍ତ୍ରୀ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଆଶ୍ଚର୍ଯ୍ୟର ବିଷୟ ପୁଲିସ ଦୀର୍ଘ ଦିନ ହେଲା ୨୫ ଟି ମୋଟରସାଇକେଲ ଜବତ କରି ତାର ପାରିବା ପଣିଆ ଦେଖାଇ ବାର ମାତ୍ର ଚାରିଦିନ ନପୂରୁଣୁ ପୁଣି ଏକ ମୋଟରସାଇକେଲ ଚୋରି କରି ଦୁର୍ବୁତ୍ତ ମାନେ ଏକପ୍ରକାର ଚାଲେଞ୍ଜ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଯାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।

ଇଲେକ୍ଟ୍ରିକ୍ କାରରେ ୧ ଲକ୍ଷ ଟଙ୍କା, ଦୁଇ ଚକିଆ ଇଭିରେ ୫ ହଜାର ଟଙ୍କା ରିହାତି ଘୋଷଣା କଲେ ସରକାର

- Advertisement -

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories